ETV Bharat / bharat

ଅଯୋଧ୍ୟା ପ୍ରସଙ୍ଗ: 'ନେପାଳର ପ୍ରଧାନମନ୍ତ୍ରୀ ଜଣେ ମାନସିକ ବିକୃତ ବ୍ୟକ୍ତି' - mahanta narendra giri

ଅଯୋଧ୍ୟା ଉପରେ ଦେଇଥିବା ପ୍ରସଙ୍ଗକୁ ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିବୃତ୍ତିକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଅଯୋଧ୍ୟା ପ୍ରସଙ୍ଗ: 'ଜଣେ ମାନସିକ ବିକୃତ ବ୍ୟକ୍ତି ହେଉଛନ୍ତି ନେପାଳର ପ୍ରଧାନମନ୍ତ୍ରୀ'

author img

By

Published : Jul 15, 2020, 3:01 PM IST

Updated : Jul 15, 2020, 3:28 PM IST

ଲକ୍ଷ୍ନୌ: ଅଯୋଧ୍ୟା ସମ୍ପର୍କରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିବୃତ୍ତିକୁ ବିରୋଧ କରି ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ମଙ୍ଗଳବାର କହିଛନ୍ତି ଯେ, ଅଯୋଧ୍ୟା ପ୍ରାଚୀନ କାଳରୁ ଭାରତରେ ଅଛି ଏବଂ ଉତ୍ତରପ୍ରଦେଶର ସରୟୁ ନଦୀ କୂଳରେ ଅଛି । ନେପାଳରେ କୌଣସି ସରୟୁ ନଦୀ ନାହିଁ ।

ମହନ୍ତ ନରେନ୍ଦ୍ର ଗିରି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, "ଅଯୋଧ୍ୟା ଭାରତରେ ରହିଥିବାର ଅନେକ ପ୍ରମାଣ ଅଛି। ଭାରତ ବିରୋଧରେ କହିବା ପାଇଁ ନେପାଳ ଚୀନ ହାତର ଏକ ଖେଳନା ପାଲଟିଛି । ନେପାଳବାସୀଙ୍କ ଦୁର୍ଭାଗ୍ୟ ହେଉଛି ଯେ ଜଣେ ମାନସିକ ବିକୃତ ବ୍ୟକ୍ତି ହେଉଛନ୍ତି ସେମାନଙ୍କର ପ୍ରଧାନମନ୍ତ୍ରୀ"।

ସେ କହିଛନ୍ତି, "ନେପାଳ ପ୍ରଧାନମନ୍ତ୍ରୀ ଏପରି ବିବାଦୀୟ ମନ୍ତବ୍ୟ ଦେଇ କ'ଣ କରିବାକୁ ଚେଷ୍ଟା କରୁଛନ୍ତି ମୁଁ ଜାଣେ ନାହିଁ। କିନ୍ତୁ, ମୁଁ ଭାବୁଛି ସେ ନେପାଳକୁ ବିନାଶ ଆଡକୁ ନେଉଛନ୍ତି। ନେପାଳ ସହିତ ଭାରତର ସମ୍ପର୍କ ବହୁତ ଭଲ ଏବଂ ଓଲି ଏପରି ମନ୍ତବ୍ୟ ଦେବା ଉଚିତ ନୁହେଁ" ।

ନରେନ୍ଦ୍ର ଗିରି ଆହୁରି କହିଛନ୍ତି ଯେ ମୁଁ ଦାବି କରୁଛି ଯେ ସମସ୍ତ ରାଜନୈତିକ ଦଳ ଓଲିଙ୍କ ବିବୃତ୍ତିକୁ ଦୃଢ ବିରୋଧ କରନ୍ତୁ ଏବଂ ନେପାଳ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରନ୍ତୁ। ଅଖିଳ ଭାରତୀୟ ଆଖଡା ପରିଷଦର ସମସ୍ତ ସାଧୁ ଏହାକୁ ଦୃଢ ବିରୋଧ କରିବେ"।

ତେବେ ନିକଟରେ ନେପାଳ ପିଏମ ଅଯୋଧ୍ୟାକୁ ନେଇ ଏକ ବିବାଦ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ, ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଭାରତରେ ନୁହଁ ନେପାଳରେ ରହିଛି । ଆଉ ପ୍ରଭୁ ରାମ ଜଣେ ନେପାଳୀ ଅଟନ୍ତି । ଯାହାକୁ ନେଇ ଏବେ ପିଏଙ୍କୁ ସମାଲୋଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2020, 3:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.