ETV Bharat / bharat

ରାମ ମନ୍ଦିର ନିର୍ମାଣ ଆରମ୍ଭ, ଆକାଉଣ୍ଟ ଜାରି କରି ଟ୍ରଷ୍ଟର ଦାନ ପାଇଁ ଆହ୍ବାନ - ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତି ରାୟ

ଅଯୋଧ୍ୟାରେ ଆରମ୍ଭ ହେଲା ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର । ମନ୍ଦିର ପାଇଁ ଭକ୍ତଙ୍କୁ ଦାନ ପାଇଁ ଆହ୍ବାନ କଲେ ଟ୍ରଷ୍ଟ । ଜାରି ହେଲା ଆକାଉଣ୍ଟ ନମ୍ବର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Ayodhya ram mandir
Ayodhya ram mandir
author img

By

Published : Aug 12, 2020, 3:42 PM IST

ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯାଇଛି । ଆଜି ( ବୁଧବାର) ଏହି ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଗତ 5 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଗସ୍ତରେ ଆସି ରାମଲାଲଙ୍କ ଦର୍ଶନ କରିବା ସହ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ । ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଆଜି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଏବଂ ଭକ୍ତଙ୍କ ଠାରୁ ଦାନ ଆହ୍ବାନ କରାଯାଇଛି ।

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ; ଆକାଣ୍ଟ ଜାରି କରି ଟ୍ରଷ୍ଟର ଦାନ ପାଇଁ ଆହ୍ବାନ

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତି ରାୟ ବୁଧବାର ଏକ ଭିଡିଓ ଜାରି କରିଛନ୍ତି । ସେ କହିଛନ୍ତି 5 ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିଛନ୍ତି । ବର୍ତ୍ତମାନ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । କୋଟି କୋଟି ଶ୍ରଦ୍ଧାଳୁ ଦାନ କରିବା ପାଇଁ ଚାହୁଁଛନ୍ତି । ଦାନ ଅର୍ଥ ସଂଗ୍ରହ ପାଇଁ ବ୍ୟାଙ୍କ ଆକାଉଣ୍ଟ ଜାରି କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ଭଗବାନ ରାମଙ୍କ ମନ୍ଦିର ପାଇଁ ଯଥା ସମ୍ଭବ ଯଥା ସାଧ୍ୟ ଦାନ କରନ୍ତୁ ।

ସେହିପରି ଅନ୍ୟ ଏକ ସୂଚନା ଅନୁସାରେ ଆସନ୍ତା ଦଶହରା ପରେ ଦେଶର ବିଭିନ୍ନ ମଠ ମନ୍ଦିରର ସାଧୁ ସନ୍ଥ ଗଣ ଦାନ ସଂଗ୍ରହ ପାଇଁ ସାରା ଦେଶ ଭ୍ରମଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.