ETV Bharat / bharat

ଅଯୋଧ୍ୟା ମାମଲା, ଏମିତି ଥିଲା ସୁପ୍ରିମକୋର୍ଟଙ୍କ ରାୟ - babri masjid

ବହୁ ପ୍ରତୀକ୍ଷିତ ରାମ ଜନ୍ମଭୂମି-ବାବ୍ରୀ ମସଜିଦ ବିବାଦ ମାମଲାର ରାୟ ଶନିବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ପ୍ରଦାନ କରିଥିବା ବେଳେ ମୁସଲମାନଙ୍କୁ ଅନ୍ୟତ୍ର ବିକଳ୍ପ ଜାଗା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Nov 9, 2019, 3:30 PM IST

Updated : Nov 9, 2019, 6:37 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଦେଶର ସର୍ବପୂରାତନ ମାମଲାର ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇ ନିର୍ମୋହୀ ଆଖଡାର ଦାବି ଖାରଜ କରିଦେଇଛନ୍ତି ।

ବିବାଦୀୟ 2.77 ଏକର ଜମିକୁ ରାମ ଜନ୍ମ ଭୂମି ନ୍ୟାସକୁ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଦାନ କରିଛନ୍ତି । ଏହାସହ ମୁସଲିମ ପକ୍ଷଙ୍କୁ ଅଯୋଧ୍ୟାରେ ଅନ୍ୟତ୍ର 5 ଏକର ଜାଗା ସହ ମସଜିଦ ନିର୍ମାଣ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ମନ୍ଦିର ପାଇଁ 3 ମାସ ମଧ୍ୟରେ ଟ୍ରଷ୍ଟ ବୋର୍ଡ ଗଠନ କରି ମନ୍ଦିର ନିର୍ମାଣ କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ଏହି ମାମଲାକୁ ପାଖାପାଖି 5ଶହ ବର୍ଷର ବିଶ୍ବର ସର୍ବପୁରାତନ ମାମଲା ଭାବେ ଅଭିହିତ କରାଯାଉଥିଲା । ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇବା ସହ ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଅଯୋଧ୍ୟାର 2.77 ଏକର ବିବାଦୀୟ ଜମି ଉପରେ ତାଙ୍କର ଶୁଣାଣି କରିଛନ୍ତି । 2010 ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରି 3 ପକ୍ଷ ସୁନି ୱାକଫ ବୋର୍ଡ, ନିର୍ମୋହୀ ଆଖଡା ଏବଂ ରାମଲାଲା ବିରାଜମାନଙ୍କ ମଧ୍ୟରେ ଏହି ବିବାଦୀୟ ସ୍ଥଳକୁ ବାଣ୍ଟି ଦେଇଥିଲେ ।

ଏହି ରାୟ ବିରୋଧରେ ସର୍ବୋଚ୍ଚ ଅଦାଲତ ଗତ ଅଗଷ୍ଟ 6ରୁ ନିୟମିତ ଶୁଣାଣି କରି ଅକ୍ଟୋବର 16ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଯାହାର ରାୟ ଶନିବାର ପ୍ରକାଶ କରିଛନ୍ତି । ଆଉ ଏହି ରାୟ ପ୍ରକାଶ କରିବାରେ ସମସ୍ତ ବିଚାରପତି ଏକ ହୋଇଥିଲେ । ଅର୍ଥାତ 5-0 ଆଧାରରେ ରାୟ ଶୁଣାଇଛନ୍ତି ସାମ୍ବିଧାନିକ କୋର୍ଟ।

ରାୟ ଘୋଷଣା କରି କୋର୍ଟ କହିଥିଲେ 6 ଡିସେମ୍ବର 1992ରେ ମସଜିଦର ଢାଞ୍ଚାକୁ ଭାଙ୍ଗି ଦିଆଯାଇଥିଲା । ଯାହା ବେଆଇନ ଥିଲା । 1886ରେ ରେଲିଙ୍ଗ ସ୍ଥାପନ କରାଯାଇଥିଲା । 16 ଡିସେମ୍ବରରେ 1949ରେ ବିବାଦିତ ସ୍ଥଳରେ ଅନ୍ତିମ ନମାଜ ପାଠ କରାଯାଇଥିଲା । କୋର୍ଟ କହିଛନ୍ତି 1885 ପୂର୍ବରୁ ହିନ୍ଦୁ ଭିତରେ ପୂଜା କରୁନଥିଲେ । ସେମାନେ ସେହି ସମୟରେ ସୀତା ରୋଷେଇ ଓ ରାମ ଚବୁତରା ଠାରେ ପୂଜା କରୁଥିଲେ । 1934ରେ ଦଙ୍ଗା ହୋଇଥିଲା । କିନ୍ତୁ 1949 ପର୍ଯ୍ୟନ୍ତ ଡିସେମ୍ବର ପର୍ଯ୍ୟନ୍ତ ନମାଜ ପାଠ ଚାଲିଥିଲା ।

ବିଚାର ପ୍ରକ୍ରିୟାରେ କୋର୍ଟ ସବୁଠାରୁ ଏଏସଆଇର ରିପୋର୍ଟକୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ଭାରତୀୟ ପ୍ରତ୍ନତ୍ତ୍ବବିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଆଧାରରେ କହିଛନ୍ତି ମସଜିଦ ଖାଲି ଜମିରେ ହୋଇନଥିଲା । ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଥିବା ମଧ୍ୟ କୌଣସି ଠୋସ ପ୍ରମାଣ ନାହିଁ । ଆସ୍ଥା ବିଶ୍ବାସରେ ଜମିର ମାଲିକାନା ଦିଆଯିବ ନାହିଁ । ବାବ୍ରୀ ମସଜିଦ ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା । ତେବେ ସର୍ବୋଚ୍ଚ ଅଦାଲତ ମାନିଛନ୍ତି ଯେ ପ୍ରଥମରୁ ସେଠାରେ ମନ୍ଦିର ଥିଲା । କୋର୍ଟ ଏଏସଆଇର ରିପୋର୍ଟକୁ ବୈଧ ମାନିଛନ୍ତି । ଏଏସଆଇ 15 ବର୍ଷ ପୂର୍ବେ ବିବାଦିତ ଜମିରେ ଖନନ କରି ପ୍ରମାଣ ସଂଗ୍ରହ କରିବା ସହ ତାର ବୈଜ୍ଞାନିକ ଯାଞ୍ଚ କରାଯାଇଥିଲା । ଏହି ପ୍ରମାଣ ଆଧାରରେ ହିନ୍ଦୁ ପକ୍ଷ ମସଜିଦ ତଳେ ମନ୍ଦିର ଥିବା ଦାବି କରୁଥିଲେ । ଏହାସହ ହିନ୍ଦୁ ପକ୍ଷ ବ୍ରହ୍ମ ପୁରାଣ ସ୍କନ୍ଦ ପୁରାଣର ତଥ୍ୟକୁ ମଧ୍ୟ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନା କରିଥିଲେ । ଏହି ଠାରୁ ଗୋଟିଏ ସ୍ପଷ୍ଟ ପ୍ରମାଣ ମିଳିଥିଲା ଯେ 1528ରେ ବାବରଙ୍କ ସେନାପତି ମୀର ବାକି ମନ୍ଦିର ଭାଙ୍ଗି ବଳ ପୂର୍ବକ ମସଜିଦ ନିର୍ମାଣ କରିଥିଲେ । ଏଏସଆଇ ନିଜ ରିପୋର୍ଟରେ ଦର୍ଶାଇଥିଲା କି ବିବାଦିତ ସ୍ଥଳରେ ଖନନ ବେଳେ ଶହଶହ ସଂଖ୍ୟାରେ ଦେବା ଦେବୀଙ୍କ ପ୍ରତିମୂର୍ତ୍ତୀ ମିଳିବା ସହ ଧାର୍ମିକ ନକ୍ସା ମିଳିଥିଲା । ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।

କଣ ଥିଲା ନିର୍ମୋହୀ ଆଖଡାର ଯୁକ୍ତି ...

ଗତ ଅକ୍ଟୋବରରେ ଦଲିଲ, ଦସ୍ତାବିଜ କୋର୍ଟଙ୍କ ନିକଟରେ ଉପସ୍ଥାପନା କରିଥିଲା ଆଖଡା । ନିର୍ମୋହୀ ଆଖଡା ଯୁକ୍ତି ଅନୁସାରେ ବିବାଦିତ ଜମି ଭଗବାନ ରାମଙ୍କ ଜନ୍ମଭୂମି। ଆମେ ରାମଲାଲାଙ୍କ ସେବାୟତ । ଆମର ଅଧିକାର କେଉଁ ପୁରୁଣା କାଳରୁ ଅଛି । ସେହି ଦୃଷ୍ଟିରୁ ରାମ ମନ୍ଦିରର ନିର୍ମାଣଓ ସେବା କାର୍ଯ୍ୟ ପାଇଁ ଆମକୁ ଅଧିକାର ମିଳୁ ବୋଲି ଆଖଡା ଦାବି କରିଥିଲା । ଅଯୋଧ୍ୟା ମାମଲାର ମୁଖ୍ୟ ବିବାଦ ଆରମ୍ଭ ହୋଇଥିଲା 31 ଡିସେମ୍ବର 1949ରେ ଯେତେବେଳେ ମସଜିଦରୁ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ମିଳିଥିଲା । ଏହାକୁ ନେଇ ବିବାଦ ବଢିବାରୁ ସେତେବେଳେ ଉତ୍ତର ପ୍ରଦେଶ ସରକାର ମସଜିଦରେ ତାଲା ପକାଇ ଦେଇଥିଲେ । ପରେ 1950ରେ ଫୈଜାବାଦ ସିଭିଲ କୋର୍ଟରେ 2ଟି ମାମଲା ରୁଜୁ ହୋଇଥିଲା । ଗୋଟିଏ ରାମଲାଲଙ୍କ ପୂଜା ପାଇଁ ଅନୁମତି ଓ ଅନ୍ୟଟି ଭଗବାନଙ୍କ ମୂର୍ତ୍ତି ସ୍ଥାପନ ପାଇଁ ଅଧିକାର ଦେବାକୁ ଅନୁମତି ଦାବି କରି ଏହି ମାମଲା ଦାୟର ହୋଇଥିଲା । ପରେ 1959ରେ ନିର୍ମୋହୀ ଆଖଡା ଏହି ମାମଲାରେ ପ୍ରବେଶ କରିଥିଲା । ପୁଣି 1961ରେ ଉତ୍ତର ପ୍ରଦେଶର ସୁନି ୱାକଫ ବୋର୍ଡ ଏହି ମାମଲାରେ ନିଜକୁ ସାମିଲ କରିଥିଲା । ସେହି ଦିନ ଠାରୁ ଏହି ମାମଲା ନିମ୍ନ ଅଦାଲତଓ ପରେ ସର୍ବୋଚ୍ଚ ଅଦଲାତରେ ଚାଲୁଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାମଲାର ମୂଳ ପକ୍ଷକାର ଗୋପାଳ ବିଶାରଦଙ୍କୁ ପୂଜା ପାଠ କରିବା ପାଇଁ ଅଧିକାର ମିଳିଛି । ଗୋପାଳ ସିଂ ବିଶାରଦ ପ୍ରଥମେ 1950ରେ ପୂଜାପାଠ ଅଧିକାର ପାଇଁ ମାମଲା ଦାୟର କରିଥିଲେ ନିମ୍ନ ଅଦାଲତରେ ।

ଯେଉଁ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଶୁଣାଇଛନ୍ତି ସେମାନେ ହେଉଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସଏ ବୋବଡେ, ବିଚାରପତି ଧନଞ୍ଜୟ ଯୋଶବନ୍ତ ଚନ୍ଦ୍ରଚୂଡ, ବିଚାରପତି ଅଶୋକ ଭୂଷଣ, ବିଚାରପତି ଅବଦୁଲ୍ଲ ନଜିର ।

Intro:Body:

BLANK FOR LINK 

Conclusion:
Last Updated : Nov 9, 2019, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.