ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ନେଇ ପୁନଃର୍ବିଚାର ଯାଚିକା ଉପରେ ଗୁରବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ମାମଲାରେ ଦାଖଲ 18ଟି ପୁନଃର୍ବିଚାର ଆବେଦ ଉପରେ ମୁଖ୍ୟ ବିଚାରପତି ଏସଏ ବୋବଡେଙ୍କ ଅଧ୍ୟକ୍ଷତା ବିଶିଷ୍ଟ 5 ଜଣିଆ ଜଜଙ୍କ ଖଣ୍ଡପୀଠ ଶୁଣାଣି କରିବ । ଦିନ 1.40ରେ ଏହି ଶୁଣାଣି ହେବ ବୋଲି ଜଣାପଡିଛି ।
ପୁନଃର୍ବିଚାର ମାମଲା ଉପରେ ହେବାକୁଥିବା ଶୁଣାଣିରେ ସିଜେଆଇଙ୍କ ସମେତ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ ଅବଦୁଲ ନଜୀର ଓ ସଞ୍ଜୀବ ଖାନ୍ନା ସାମିଲ ଅଛନ୍ତି । କୋର୍ଟର ବନ୍ଦ ଚ୍ୟାମ୍ବରରେ ଏହି ପୁନଃର୍ବିଚାର ଆବେଦନର ଶୁଣାଣି ହେବ । ଦାଖଲ 18ଟି ପୁନଃର୍ବିଚାର ଆବେଦନ ମଧ୍ୟରୁ 9ଟି ଯାଚିକା ପକ୍ଷକାର ଦାଖଲ କରିଥିବା ବେଳେ ବାକି 9ଟି ଅନ୍ୟ ଯାଚିକାକର୍ତ୍ତା ରହିଛନ୍ତି ।