ETV Bharat / bharat

ଅଯୋଧ୍ୟାରେ ଜଳିବ 6 ଲକ୍ଷ ଦୀପ, ଗିନିଜ ବୁକରେ ସାମିଲ ହେବାକୁ ପ୍ରୟାସ

author img

By

Published : Oct 31, 2020, 12:19 PM IST

ଅଯୋଧ୍ୟା କର୍ତ୍ତୃପକ୍ଷ ଦୀପାବଳି ପୂର୍ବରୁ ଚତୁର୍ଥ ଦୀପୋତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥର କର୍ତ୍ତୃପକ୍ଷ 6,00,000 ଦୀପ ଜାଳିବେ ଓ ଗତ ବର୍ଷ ସରିୟୁ ନଦୀ କୂଳରେ ଜାଳିଥିବା 4,10,000 ଦୀପର ରେକର୍ଡ ଭାଙ୍ଗିବେ । ଅଧିକ ପଢନ୍ତୁ..

ଅଯୋଧ୍ୟାରେ ଜଳିବ 6 ଲକ୍ଷ ଦୀପ
ଅଯୋଧ୍ୟାରେ ଜଳିବ 6 ଲକ୍ଷ ଦୀପ

ଲକ୍ଷ୍ନୌ: ଅଯୋଧ୍ୟା କର୍ତ୍ତୃପକ୍ଷ ଦୀପାବଳି ପୂର୍ବରୁ ଚତୁର୍ଥ ଦୀପୋତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥର କର୍ତ୍ତୃପକ୍ଷ 6,00,000 ଦୀପ ଜାଳିବେ ଓ ଗତ ବର୍ଷ ସରିୟୁ ନଦୀ କୂଳରେ ଜାଳିଥିବା 4,10,000 ଦୀପର ରେକର୍ଡ ଭାଙ୍ଗିବେ । ଦୀପଜାଳି ଅଯୋଧ୍ୟା ପ୍ରଶାସନ ଗତ ବର୍ଷ ଗିନିଜ ରେକର୍ଡର ଅଧିକାରୀ ହୋଇଥିଲେ ।

ଏଥିପାଇଁ କର୍ତ୍ତୃପକ୍ଷ 8,000 ବିଶ୍ବବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବେ । ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶୈଳେନ୍ଦ୍ର ବର୍ମା କହିଛନ୍ତି ଯେ ଦୀପାବଳିରେ 6,00,000 ଦୀପ ଜଳିବ । ଏହା ନଭେମ୍ବର 13 ରେ ଅର୍ଥାତ ଦୀପାବଳିର ଗୋଟେ ଦିନ ପୂର୍ବରୁ କରାଯିବ ।

ଅନ୍ୟପକ୍ଷେ ବିଭିନ୍ନ ଏଜେନ୍ସିର ବୈଷୟିକ ବିଶେଷଜ୍ଞମାନେ ଅଯୋଧ୍ୟାରେ ଥିବା ରାମ ମନ୍ଦିରର ନିର୍ମାଣ କମିଟିର ସଭାପତିଙ୍କୁ ମନ୍ଦିର ମୂଳଦୁଆ ସ୍ତମ୍ଭର ପରୀକ୍ଷଣ ଏବଂ ସାମଗ୍ରିକ ନିର୍ମାଣ ଉପରେ ପାୱାରପଏଣ୍ଟ ଉପସ୍ଥାପନା କରିଛନ୍ତି। ନିର୍ମାଣ କାର୍ଯ୍ୟର ସମୀକ୍ଷା ପାଇଁ ସେ ତିନି ଦିନିଆ ଗସ୍ତ ପାଇଁ ଶୁକ୍ରବାର ଅଯୋଧ୍ୟାରେ ପହଞ୍ଚିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.