ଡେରାଡୁନ: ଆଜିବି ବଞ୍ଚିଛି ମଣିଷପଣିଆ । ହଜିନି ମାନବିକତା । ଏହାର ନଗ୍ନ ଉଦାହରଣ ପାଲଟିଛନ୍ତି ଉତ୍ତରାଖଣ୍ଡର ଋଷିକେଶ ଅଞ୍ଚଳର ଜଣେ ଆଟୋ ଡ୍ରାଇଭର । ଚାରିଧାମ ଭ୍ରମଣରେ ଆସିଥିବା ଜଣେ ଯାତ୍ରୀଙ୍କୁ ତାଙ୍କର ହଜିଯାଇଥିବା ଟଙ୍କାଭର୍ତ୍ତି ପର୍ସଙ୍କୁ ଫେରାଇଛନ୍ତି ଜଣେ ଅଟୋ ଡ୍ରାଇଭର ।
ମିଳିଥିବା ସୂଚନା ମୁତାବକ ଅହମଦାବାଦରୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁ ଋଶିକେଶ ବୁଲିବାକୁ ଆସିଥିଲେ । ତେବେ ଅଟୋରେ ଯାଉଥିବା ସମୟରେ ତାଙ୍କର ଟଙ୍କା ଭର୍ତ୍ତି ପର୍ସ ହଜିଯାଇଥିଲା । ଉକ୍ତ ପର୍ସରେ ଟଙ୍କା ସହିତ ମୋବାଇଲ, ଟ୍ରେନ ଟିକେଟ ସହିତ ଅନେକ ଗୁରୁତ୍ତ୍ବପୂର୍ଣ୍ଣ କାଗଜପତ୍ର ପ୍ରଭୃତି ରହିଥିଲା । ଏହାକୁ ଅଟୋ ଚାଳକ କପିଳ ଶର୍ମା ତାଙ୍କୁ ଫେରାଇଥିଲେ ।
ତେବେ ଏନେଇ କପିଳ କହିଛନ୍ତି କି, ଚାରିଧାମରେ ଆସିଥିବା ଅହମଦାବାଦର ଜଣେ ମହିଳା ଶ୍ରଦ୍ଧାଳୁ ବଦ୍ରୀନାଥ ଦର୍ଶନ କରି ଋଷିକେଶକୁ ଫେରିଥିଲେ। ଏହି ସମୟରେ ସେ ଆଣିଥିବା ପର୍ସଟି ଅଟୋରେ ଛାଡ଼ି ଚାଲିଯାଇଥିଲେ । ଏହାକୁ ଦାୟିତ୍ବର ସହ ରଖିଥିଲେ ଅଟୋ ଚାଳକ କପିଳ । ପରଦିନ ଉକ୍ତ ପର୍ସକୁ ନେଇ ଉକ୍ତ ମହିଳା ଯାତ୍ରୀଙ୍କୁ ଦେଇଥିଲେ ।
ଏହି ପର୍ସ ପାଇବା ପରେ ମହିଳା ଯାତ୍ରୀ ଜଣକ କହିଥିଲେ କି ହଜିଥିବା ପର୍ସ ପାଇଥିବାରୁ ମୁଁ ବହୁତ ଖୁସି । ଉକ୍ତ ଅଟୋ ଚାଳକଙ୍କୁ ଅନେକ ଅନେକ ଧନ୍ୟବାଦ । ଏହି ପର୍ସ ନ ପାଇଥିଲେ ମୋତେ ଘରକୁ ଫେରିବାରେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତୁ ବୋଲି ସେ କହିଥିଲେ ।