ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶରେ COVID-19 ରେଡ୍ ଜୋନ୍ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା ପରେ ଏଆଇଏମ୍ଆଇଏମ୍ ଲୋକସଭା ସାଂସଦ ଇମତିଆଜ ଜଲିଲ କହିଛନ୍ତି ଯେ , ଯହି ମଦ ଦୋକାନ ଔରଙ୍ଗାବାଦରେ ଖୋଲାଯାଏ ତେବେ ଲକଡାଉନ୍ ପ୍ରତିବନ୍ଧକ ଭାଙ୍ଗିବୁ ଏବଂ ଏହି ଦୋକାନଗୁଡିକୁ ଜବରଦସ୍ତ ବନ୍ଦ କରିବୁ । ଏବେ ମଦ ବିକି ମହିଳା ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମୟ ନୁହେଁ ।
ମହାରାଷ୍ଟ୍ର ସରକାରଙ୍କୁ ଅଡୁଆରେ ପକାଇ ସେ ଆହୁରି ଟ୍ବିଟ୍ କରିଛନ୍ତି ଯେ, ‘ଯଦି ମଦ ବିକ୍ରି ପାଇଁ ଅନୁମତି ଦିଆ ଯାଉଛି ତେବେ ଅନ୍ୟ ସବୁକିଛି ବିକ୍ରୟ ପାଇଁ କାହିଁକି ଅନୁମତି ଦିଆଯାଉ ନାହିଁ, କେବଳ ମଦ ଦୋକାନ ପାଇଁ ଏହି ସୁବିଧା କାହିଁକି’ ?
ରାଜ୍ୟ ସରକାର ରବିବାର ଦିନ ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜୋନମାନଙ୍କରେ ନୂତନ କାର୍ଯ୍ୟସୂଚୀର ତାଲିକା ଜାରି କରିଛନ୍ତି । ଯେଉଁଥିରେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରେଡ୍ ଜୋନରେ ମଧ୍ୟ ମଦ ଦୋକାନ ସମେତ କିଛି ଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ସହ ପ୍ରତ୍ୟେକ ଗଳିରେ କେବଳ ପାଞ୍ଚଟି ଅତ୍ୟାବଶ୍ୟକ ଦୋକାନ ଖୋଲାଯାଇପାରିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।
@ ANI