ETV Bharat / bharat

'ମୋତେ କିଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ମୁଁ ସେ ଅଫରକୁ ମନା କରିଥିଲି'

author img

By

Published : Jul 17, 2020, 1:40 PM IST

ବିଧାୟକ ଚେତନ ଡୁଡିଙ୍କୁ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ଏହି ଅଫରକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସ୍ୱୀକାର କରିଛନ୍ତି ।

ରାଜସ୍ଥାନ କଂଗ୍ରେସ ବିଧାୟକ ଚେତନ ଡୁଡି
ରାଜସ୍ଥାନ କଂଗ୍ରେସ ବିଧାୟକ ଚେତନ ଡୁଡି

ଜୟପୁର: ରାଜସ୍ଥାନରେ ଘୋଡା ବେପାରକୁ ନେଇ ଅଡିଓ କ୍ଲିପ ଭାଇରାଲ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା ଦାବି କରାଯାଉଛି । ତେବେ ଏହି ଅଡିଓ କ୍ଲିପରେ ରାଜସ୍ଥାନ କଂଗ୍ରେସ ବିଧାୟକ ଚେତନ ଡୁଡିଙ୍କ ନାମ ସାମ୍ନାକୁ ଆସିଛି । ଏହି କ୍ଲିପରେ ତାଙ୍କ ସ୍ବର ଥିବା ଚର୍ଚ୍ଚା ହେବା ପରେ ତାଙ୍କୁ ଦଳ ବିରୁଦ୍ଧରେ ବିଦ୍ରୋହ କରିବାକୁ ପ୍ରଲୋଭନ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଡୁଡି ।

ଗୁରୁବାର ଅଶୋକଙ୍କ କଂଗ୍ରେସ ଗୋଷ୍ଠୀ ଏକ ଅଡିଓ କ୍ଲିପ ଜାରି କରିଥିଲା । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣା ବିକା ନେଇ କଥାବର୍ତ୍ତା ହେଉଥିବା କଂଗ୍ରେସ ଦାବି କରିଛି। ଜଣେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ନିକଟତମ ବ୍ୟକ୍ତି କଂଗ୍ରେସ ବିଧାୟକଙ୍କୁ କିଣିବା ନେଇ କଥାବର୍ତ୍ତା ହେଉଥିବାର କଂଗ୍ରେସ ଦାବି କରିଛି। ମୋଟ୍ ତିନୋଟି ଅଡିଓ କ୍ଲିପ ଗେହଲଟ କ୍ୟାମ୍ପ ପ୍ରେସ କନଫରେନ୍ସ କରି ଜାରି କରିଛି। ତେବେ ଏହି ଅଡିଓ କ୍ଲିପରେ କଂଗ୍ରେସ ବିଧାୟକ ଚେତନ ଡୁଡି ଏବଂ ବିଜୟପାଲ ମିର୍ଧାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।

ତେବେ ଡୁଡିଙ୍କୁ ପ୍ରଲୋଭନ ଦେଖାଇବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ଏହି ଅଫରକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଅଡିଓ କ୍ଲିପ୍ ଗୁଡିକରେ ମୋର ନାମ ମଧ୍ୟ ଆସିଛି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋତେ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ମୁଁ ଏହି ଅଫରକୁ ମନା କରି ଦେଇଥିଲି । ଏହି ଘଟଣାର ତଦନ୍ତ କରୁଥିବା ଏଜେନ୍ସିକୁ ମୁଁ ସମସ୍ତ ତଥ୍ୟ ପ୍ରକାଶ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.