ETV Bharat / bharat

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବାସଭବନ ଉପରେ ଆକ୍ରମଣ

କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଘରେ ଆକ୍ରମଣ । କିଛି ଦୁର୍ବୃତ୍ତ ଅଧୀରଙ୍କ ଷ୍ଟାଫ ପ୍ରଦୀପ୍ତଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ।

Adhir Ranjan choudhary
କଂଗ୍ରେସ ସାଂସଦଙ୍କ ଆବାସ ଉପରେ ଆକ୍ରମଣ
author img

By

Published : Mar 4, 2020, 9:41 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ଘରେ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କ ଘର ବାହାରେ ଥିବା ଅଫିସରେ ଆକ୍ରମଣ କରିବା ସହ ସହାୟକ ପ୍ରଦୀପ୍ତଙ୍କୁ ମାଡ ମଧ୍ୟ ମାରିଛନ୍ତି । ଏହାସହ ଆକ୍ରମଣ ସମୟରେ ତାଙ୍କ 11 ବର୍ଷର ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 5ଟା 30 ମିନିଟ ସମୟରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

କଂଗ୍ରେସ ସାଂସଦଙ୍କ ଆବାସ ଉପରେ ଆକ୍ରମଣ

ସହାୟକଙ୍କ କହିବାନୁସାରେ, ସନ୍ଧ୍ୟା 5ଟା 30 ସମୟରେ ଘରେ କିଛି ଆକ୍ରମଣକାରୀ ପ୍ରବେଶ କରି ମାରପିଟ୍ କରିଛନ୍ତି । ସେହି ସମୟରେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଉପସ୍ଥିତ ଥିଲେ । ଆକ୍ରମଣକାରୀ କଂଗ୍ରେସ ନେତାଙ୍କ ବିରୋଧରେ ନାରା ଦେଉଥିଲେ ତେଣୁ ଏହା ସମ୍ପୂର୍ଣ୍ଣ ରାଜନୈତିକ ବୋଲି ତାଙ୍କ ସହାୟକ ପ୍ରଦୀପ୍ତ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଏହି ମାମଲାର ପୋଲିସ ଯାଞ୍ଚ କରୁଛି । ପ୍ରକାଶଥାଉକି, ପୂର୍ବରୁ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଡା ଟିପ୍ପଣୀ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ଛାଡିବାକୁ ନେଇ କହିଥିଲେ, ସୋସିଆଲ ମିଡିଆ ନୁହେଁ ପଦ ଛାଡନ୍ତୁ ବୋଲି କହିବା ସହ ମୋଦି ହିଁ ଦିଲ୍ଲୀ ଦଙ୍ଗା ପାଇଁ ଦାୟୀ ବୋଲି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.