ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅତନୁ ଚକ୍ରବର୍ତ୍ତ । ବୁଧବାର ସେ ସୁବାଷ ଚନ୍ଦ୍ର ଗର୍ଗଙ୍କ ସ୍ଥାନରେ ଏହି ପଦଭାର ସମ୍ଭାଳିଛନ୍ତି। ଅତନୁ 1985 ବ୍ୟାଚର ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର।
ସେ ବର୍ତ୍ତମାନ ନିବେଶ ଓ ସାର୍ବଜନୀନ ସମ୍ପତ୍ତି ପ୍ରବନ୍ଧନ ବିଭାଗର ସଚିବ ଦାୟିତ୍ୱରେ ଅଛନ୍ତି । ପୂର୍ବତନ ଅର୍ଥନୈତିକ ବ୍ୟାପର ସଚିବ ଥିବା ସୁବାଷ ଚନ୍ଦ୍ର ଗର୍ଗଙ୍କୁ ବର୍ତ୍ତମାନ ବିଦ୍ୟୁତ ବିଭାଗର ସଚିବ ଭାବେ ବଦଳି କରି ଦିଆଯାଇଛି । ତାଙ୍କର ବଦଳି ପରେ ଏହି ଦାୟିତ୍ୱ କେନ୍ଦ୍ର ସରକାର ଅତନୁଙ୍କୁ ପ୍ରଦାନ କରିଛନ୍ତି ।
ଚଳିତ ବର୍ଷ ଭାରତରେ ପ୍ରଥମ ଥର ପାଇଁ sovereign overseas bond ଲଞ୍ଚ ହେବାକୁ ଯାଉଛି। ଯାହା ଅତନୁ ଚକ୍ରବର୍ତ୍ତୀଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ। ସେ ଇଲୋକ୍ଟ୍ରନିକ ଓ କମ୍ୟୁନିକେଶନ ଇଞ୍ଜିନିୟରିଂରେ ସ୍ନାତକ ରହିଛନ୍ତି । ଏଥିସହ ବିଜନେସ ଫାଇନ୍ସରେ ଡିପ୍ଲୋମା ଓ ୟୁକେରୁ ଏମବିଏ ସାରିଛନ୍ତି । ଗୁଜୁରାତରେ ଅର୍ଥ , ବନ୍ଦର, ଘର ଓ ଶ୍ରମ ସହିତ ବହୁ ବିଭାଗରେ କାମ କରି ସାରିଛନ୍ତି ।