ETV Bharat / bharat

ହିମାଚଳର ଅର୍ଥନୀତି ବିକାଶ ଦିଗରେ ସହାୟକ ହେବ ଅଟଲ ଟନେଲ - ହିମାଚଳପ୍ରଦେଶର ଅଟଲ ଟନେଲ

ହିମାଚଳ ପ୍ରଦେଶର ପର୍ଯ୍ୟଟନ କ୍ଷେତ୍ର ରାଜ୍ୟର ମୋଟ ଘରୋଇ ଉତ୍ପାଦରେ 6.9 ପ୍ରତିଶତ ଯୋଗଦାନ ରହିଛି। ସଡକ ଯାତାୟାତ ପାଇଁ ଅଟଳ ଟନେଲ ଖୋଲା ଥିବାରୁ ପର୍ଯ୍ୟଟନ କ୍ଷେତ୍ର ଆଗାମୀ ବର୍ଷରେ ବିକାଶ ଘଟିବ। ଏଥିସହ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତୀୟ ସୁରକ୍ଷା ବାହିନୀ ବଡ଼ ରଣନୀତିକ ସୁବିଧା ଉପଭୋଗ କରିବେ |

ହିମାଚଳପ୍ରଦେଶର ଆର୍ଥନୈତକ ବିକାଶ ଦିଗରେ ସହାୟକ ହେବ ଅଟଲ ଟନେଲ

author img

By

Published : Sep 30, 2020, 3:12 PM IST

ସିମଲା: ଅକ୍ଟୋବର 3ରେ ପ୍ରଧାନମନ୍ତ୍ରୀ ମୋଦି 9.02 କିଲୋମିଟର ଲମ୍ବର ଅଟଳ ଟନେଲର ଉଦଘାଟନ କରିବା ସହ ହିମାଚଳପ୍ରଦେଶର ଅର୍ଥନୀତି କ୍ଷେତ୍ରରେ ଉନ୍ନତି ଆଣିବାକୁ ପ୍ରସ୍ତୁତ ଅଛନ୍ତି । ଏହା ଭାରତୀୟ ସେନାକୁ ଅଧିକ ସୁବିଧା ଯୋଗାଇବ ଏବଂ ବିଭିନ୍ନ ବ୍ୟବସାୟ ତଥା ସାମାଜିକ କ୍ଷେତ୍ର ମାଧ୍ୟମରେ ହିମାଚଳପ୍ରଦେଶର ସାମଗ୍ରିକ ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ ।

ଏହି ଟନେଲ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ଆଦିବାସୀ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ । ଯାହାଦ୍ବାରା ମନାଲି ଉତ୍ତର-ଭାରତର ସବୁଠୁ ବଡ ଓ ଉତ୍କୃଷ୍ଟ ପର୍ଯ୍ୟଟନସ୍ଥଳ ମଧ୍ୟରେ ଗଣାହେବ ଏବଂ ହିମାଚଳପ୍ରଦେଶର ଅର୍ଥବ୍ୟବସ୍ଥାରେ ପର୍ଯ୍ୟଟନସ୍ଥଳର ବଡ ଯୋଗଦାନ ରହିବ ।

ଲାହୌଲ ଘାଟି ଯାହା ପ୍ରତିବର୍ଷ 6 ମାସ ପର୍ଯ୍ୟନ୍ତ ଦେଶର ଅବଶିଷ୍ଟ ସ୍ଥାନରୁ ବନ୍ଦ ରହୁଥିଲା ଏବେ ତାହା ବର୍ଷସାରା ଖୋଲା ରହିବ । ଲାହୌଲର ଆଳୁ ଓ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ବର୍ତ୍ତମାନ ସହଜରେ ବଜାରରେ ପହଞ୍ଚିବ । ବୈଷୟିକ ଶିକ୍ଷାମନ୍ତ୍ରୀ ତଥା ଲାହୌଲ-ସ୍ପିଟିର ବିଧାୟକ ଡ଼ ରାମଲାଲ ମାର୍କଣ୍ଡାଙ୍କ କହିବା ଅନୁଯାୟୀ, ଟନେଲ ଦ୍ବାରା ବିଶେଷ ଭାବେ ପର୍ଯ୍ୟଟନ କ୍ଷେତ୍ର ଅଧିକ ଲାଭ ପାଇବ ।

ଗୋଟିଏ ବର୍ଷରେ ଦୁଇ କୋଟି ପର୍ଯ୍ୟଟକଙ୍କୁ ରାଜ୍ୟମୁହାଁ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଯଦି ଆମେ ଗତ 5 ବର୍ଷ ପାଇଁ ଏହି ଆକଳନକୁ ଦେଖିବା ତାହାହେଲେ ହାରାହାରି 25 ଲକ୍ଷ ପର୍ଯ୍ୟଟକ ରାଜ୍ୟ ପରିଦର୍ଶନ କରିବେ । ଯାହାଫଳରେ ଏଠାରେ ରହିଥିବା ବହୁସଂଖ୍ୟକ ହୋଟେଲଗୁଡିକ ଲାଭବାନ ହେବେ ।

ଏହାବ୍ୟତୀତ ମନାଲିରୁ ଲାହୌଲ ଉପତ୍ୟକାର ଜିଲ୍ଲା ହେଡ୍ କ୍ବାର୍ଟରରେ ପହଁଚିବା ସହଜ ହେବାସହ କାଇଲୋଙ୍ଗ ଯାଏଁ ଯାତ୍ରା ମାତ୍ର ଦୁଇ ଘଣ୍ଟା ଲାଗିବ । ଏହି ଟନେଲ ଯାତ୍ରାକୁ ପ୍ରାୟ 46 କି.ମି ହ୍ରାସ କରିବ ।

ଅଟଳ ଟନେଲ ନିଜେ ଏକ ପର୍ଯ୍ୟଟନସ୍ଥଳ ଭାବେ ଜଣାଯିବ । ବୁଦ୍ଧ ଗୁମ୍ଫା, ଦ୍ରିଲବୁରି ଗୁମ୍ଫା, ତ୍ରିଲୋକନାଥ ମନ୍ଦିର, ମ୍ରିକୁଲା ମାତା ମନ୍ଦିର , ରାଜା ଘେପନ ମନ୍ଦିର ଲାହୌଲ ଉପତ୍ୟକାର ମୁଖ୍ୟ ଆକର୍ଷଣ । ଏହାବ୍ୟତୀତ ଉପତ୍ୟକାରେ ରହିଥିବା ଚନ୍ଦ୍ର ଉପତ୍ୟକା, ପଟ୍ଟନ ଉପତ୍ୟକା, ଗହର ଉପତ୍ୟକା ମଧ୍ୟ ପର୍ଯ୍ୟଟନସ୍ଥଳ ରୂପେ ବେଶ୍ ପରିଚିତ ।

ସ୍ବର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଟନେଲର କଳ୍ପନା କରିଥିଲେ, ହେଲେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅଧୀନରେ ଏହି ଟନେଲର କାମ ଆରମ୍ଭ ହୋଇଥିଲା | ବାଜପେୟୀ 2ଜୁନ୍ , 2002 ରେ କିଲୋଙ୍ଗରେ ଏହି ଟନେଲର ଘୋଷଣା କରିଥିଲେ। ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ଅଟଳ ଟନେଲର ଦକ୍ଷିଣ ପୋର୍ଟାଲକୁ ରାସ୍ତା ନିର୍ମାଣ କରାଯାଇଥିଲା। ଏହା ବର୍ତ୍ତମାନ ଦୁନିଆର ସବୁଠାରୁ ଲମ୍ବା ଟନେଲ୍ ଭାବରେ ରେକର୍ଡ କରାଯାଇଛି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.