ETV Bharat / bharat

NRC ବିବାଦ ମଧ୍ୟରେ ଜାଣନ୍ତୁ ଅଟଳଙ୍କ ବିଚାର...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ । ଦେଶରେ ସିଏଏ ଓ ଏନଆରସି ବିବାଦ ମଧ୍ୟରେ ଏହା ଉପରେ ଅଟଳ ବିହାରୀ ବାଜପେୟୀଙ୍କ ବିଚାର କଣ ଥିଲା, ଆସନ୍ତୁ ଜାଣିବା...

ଅଟଳ ବିଚାର
NRC ବିବାଦ ମଧ୍ୟରେ ଯାଣନ୍ତୁ ଅଟଳ ବିଚାର...
author img

By

Published : Dec 25, 2019, 11:35 AM IST

ହାଇଦ୍ରାବାଦ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ । ଏମିତି ଅବସରରେ ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନର ମାହୋଲ ଲାଗି ରହିଛି । ବିରୋଧ ଏତେ ଆଗକୁ ବଢିଛି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆମ୍ନାସାମ୍ନି ସ୍ଥିତି ଉପୁଜିଛି । ତେବେ ଏହି ଏନଆରସି ଓ ସିଏଏକୁ ନେଇ ବାଜପେୟୀଙ୍କ ବିଚାରକୁ ଜନତା ଜାଣିବାର ଆବଶ୍ୟକତା ପଡିଛି ।

'ପୂର୍ବରୁ ଅବୈଧ ରୂପେ ଆସୁଛନ୍ତି ଅନୁପ୍ରବେଶକାରୀ'

ବାଂଲାଦେଶରୁ ଆସୁଥିବା ଅନୁପ୍ରବେଶକାରୀଙ୍କୁ ବାଜପେୟୀ ସଂସଦରୁ ଚେତାବନୀ ଦେଇଥିଲେ । 2004ରେ ଲୋକସଭା ନିର୍ବାଚନ ହାରିବା ପରେ 2005ରେ ସେ ସଂସଦରେ କହିଥିଲେ ଯେ ପୂର୍ବରେ ଆମ ପଡୋଶୀ ଦେଶରୁ ବହୁ ସଂଖ୍ୟାରେ ଅବୈଧ ରୂପେ ଲୋକ ଆସୁଛନ୍ତି । ସୀମାରେ ଉଚିତ ବ୍ୟବସ୍ଥା ନାହିଁ । ଏପରି ଲୋକଙ୍କ ପାଇଁ ଓ୍ବାକ ପରମିଟ କରାଯିବା ଦରକାର ।

'ସୀମାବର୍ତ୍ତୀ କ୍ଷେତ୍ରରେ ଜନସଂଖ୍ୟାର ରୂପ ବଦଳୁଛି'

ବାଜପେୟୀ ଅନୁପ୍ରବେଶକାରୀଙ୍କ ସହ ଜଡିତ ଭୟକୁ ନେଇ ଚେତାବନୀ ଦେଇ କହିଥିଲେ ଯେ ଯଦି କେହି ଲୁଚିକରି ଆସନ୍ତି, ତେବେ ଏହା ବିରୋଧରେ ସ୍ବର ଉଠାଇ ସେମାନଙ୍କୁ ରୋକାଯାଇପାରିବ । ସୀମାବର୍ତ୍ତୀ କ୍ଷେତ୍ରରେ ଜନସଂଖ୍ୟାର ରୂପ ବଦଳୁଛି । ଅସନ୍ତୋଷର ସ୍ଥିତି ଉପୁଜୁଛି । ବାଂଲାଦେଶରୁ ହେଉଥିବା ଅନୁପ୍ରବେଶକୁ ନେଇ କରିମଗଞ୍ଜରେ ଏକ ବିଶାଳ ରାଲି ହୋଇଥିଲା । ଏହି ରାଲି ବିଜେପିର ନୁହେଁ ବରଂ ସାଧାରଣ ଲୋକଙ୍କର ରାଗର ପ୍ରତିଫଳନ ଥିଲା ବୋଲି ବାଜପେୟୀ କହିଥିଲେ । ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ଭାରତକୁ ଆସିବା ଭବିଷ୍ୟତ ପାଇଁ ବଡ ବିପଦ । ଏହା ହିନ୍ଦୁ ମୁସଲମାନଙ୍କ ପ୍ରଶ୍ନ ନୁହେଁ ।

'ଦେଶ ହିତରେ ସ୍ବର ଉଠାଉ, ଭୋଟ ପାଇଁ ନୁହେଁ'

ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ବି ଦେଶ ବହୁସଂଖ୍ୟାରେ ଅନୁପ୍ରବେଶକୁ ବରଦାସ୍ତ କରିପାରିବ ନାହିଁ । ଯଦି ଆମେ ସ୍ବର ଉଠାଉଛୁ ତ ଦେଶର ହିତରେ ଉଠାଉଛୁ । ଭୋଟ ପାଇଁ ନୁହେଁ । ଏହି କଥାକୁ ଲୋକ ବୁଝିବା ଦରକାର ବୋଲି ବାଜପେୟୀ ମତ ଦେଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.