ETV Bharat / bharat

ଆଜି ବିହାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ: 94 ସିଟରେ ହେବ ମତଦାନ

author img

By

Published : Nov 3, 2020, 6:51 AM IST

ଆଜି ବିହାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ଏହି ପର୍ଯ୍ୟାୟରେ ଆରଜେଡି ନେତା ତେଜସ୍ବୀ ଓ 4 କ୍ୟାବିନେଟ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଅଧିକ ପଢନ୍ତୁ...

ଆଜି ବିହାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ
ଆଜି ବିହାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ

ପାଟନା: ବିହାର ବିଧାନସଭା ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । 17 ଜିଲ୍ଲାର 94 ନିର୍ବାଚନମଣ୍ଡଳୀରେ ହେବ ଭୋଟ ଗ୍ରହଣ । ଏହି ନିର୍ବାଚନରେ 1500 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2.85 କୋଟି ଭୋଟର । ସକାଳ 7ଟାରୁ ଆରମ୍ଭ ହୋଇଛି ମତଦାନ । ଭୋଟିଂ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । କୋରୋନା ଗାଇଡଲାଇନ ସହ ସମସ୍ତ ସୁରକ୍ଷାରେ ମତଦାତା ନିଜର ମତ ସ୍ତାବ୍ୟସ୍ତ କରିବେ ।

ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁସାରେ, 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର ଏକ ତୃତୀୟାଂଶ ସିଟରେ ଆଜି ମତଦାନ ହେବ । ଏଥିପାଇଁ 18,823 ପୋଲିଂ ସେଣ୍ଟରରେ 41, 362ବୁଥ ପ୍ରତିଷ୍ଠା କରାଯାଇଛି । ନକ୍ସଲ ପ୍ରଭାବିତ ଅଞ୍ଚଳଗୁ଼ଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଭାବେ ରହିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ 4 କ୍ୟାବିନେଟ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ । ମହାମେଣ୍ଟ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ତେଜସ୍ବୀ ।

ତେଜସ୍ବୀ ଯାଦବ(31) ଦ୍ବିତୀୟ ଥର ପାଇଁ ବୈଶାଲୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ଜିତିବାକୁ ଯାଉଛନ୍ତି । ସେ 2015ରେ ବିଜେପିର ସତୀଶ କୁମାରଙ୍କୁ ପରାସ୍ତ କରି ନିଜ ଦଳ ପାଇଁ ଏହି ଆସନ ଜିତିଥିଲେ । 2010ରେ ସତୀଶ ଏହି ଆସନରେ ଯାଦବଙ୍କ ମା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ପରାସ୍ତ କରିଥିଲେ । ଏଥର ବିଜେପି ମଧ୍ୟ ଯାଦବଙ୍କ ବିରୋଧରେ ସତୀଶ କୁମାରଙ୍କୁ ପ୍ରାର୍ଥୀ କରିଛି ।

ସୂଚନାଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟରେ ବିଜେପି 46 ଆସାନରେ ନିର୍ବାଚନ ଲଢୁଥିବାବେଳେ ଜେଡିୟୁ 43, ଭିଆଇପି 5 ଆସନରେ ନିର୍ବାଚନ ଲଢୁଛି । ବିରୋଧୀଙ୍କ ମଧ୍ୟରେ ଆରଜେଡି 56 ଆସନରେ ନିର୍ବାଚନ ଲଢୁଥିବାବେଳେ 24 ଆସନରେ କଂଗ୍ରେସ । ତେବେ ଅନ୍ୟ ଦଳମାନଙ୍କ ମଧ୍ୟରେ ଏଲଜେପି 52 ଆସନ, ଆରଏଲଏସପି 36 ଆସନରେ ନିର୍ବାଚନ ଲଢୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.