ଗୌହାଟୀ: ଆସାମର କଂଗ୍ରେସ ଲୋକସଭା ସାଂସଦ ଅବଦୁଲ୍ ଖଲିକ୍ ନିଜର ଗୋଟେ ମାସର ଦରମା ଅଯୋଧ୍ୟା ହସ୍ପିଟାଲକୁ ପ୍ରଦାନ କରିବେ । ଗତ ବର୍ଷ ନଭେମ୍ବରରେ ଅଯୋଧ୍ୟା ବିବାଦୀୟ ଢାଞ୍ଚାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ଏହାସହ ସୁନ୍ନୀ ୱାକଫ ବୋର୍ଡ ପାଇଁ 5 ଏକର ଜମି ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସୁନ୍ନୀ ୱାକଫ୍ ବୋର୍ଡ ସେଠାରେ ହସ୍ପିଟାଲ, ମସଜିଦ, ଲାଇବ୍ରେରୀ, କମ୍ୟୁନିଟି କିଚେନ୍ ନିର୍ମାଣ କରିବ ।
ମଙ୍ଗଳବାର ଇଟିଭି ଭାରତକୁ ସୂଚନା ଦେଇ ସାଂସଦ କହିଛନ୍ତି ସୁନ୍ନୀ ୱାକଫ ବୋର୍ଡ ହସ୍ପିଟାଲ ନିର୍ମାଣ ପାଇଁ ଟ୍ରଷ୍ଟର ଘୋଷଣା କରି ସାରିଛନ୍ତି । ଏହି ଟ୍ରଷ୍ଟର ସଚିବ ରହିବେ ଅତୁର୍ ରେହମାନ । ହସ୍ପିଟାଲ ନିର୍ମାଣ ଏକ ଉଚିତ୍ ପଦକ୍ଷେପ । ତେଣୁ ସେ ତାଙ୍କର ଗୋଟେ ମାସର ଦରମା ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ