ଇମ୍ପାଲ: ଆସାମ ରାଇଫଲ୍ସ ଓ ପୋଲିସର ମିଳିତ ଅପରେସନରେ ଥୌବାଲ ନିକଟରେ ଥିବା ଏକ ବେଆଇନ ଡ୍ରଗ୍ସ ନିର୍ମାଣ ଫ୍ୟାକ୍ଟ୍ରିରେ ଚଢାଉ କରାଯାଇଛି । ଚଢାଉ ବେଳେ ପ୍ରାୟ 49 କିଲୋଗ୍ରାମର ଉଭୟ ତରଳ ଓ କଠିନ ବ୍ରାଉନ ସୁଗାର ସହିତ 8 କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଏହା ସହିତ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ଉପକରଣ ଓ ରାସାୟନିକ ପଦାର୍ଥକୁ ଜବତ କରାଯାଇଛି ।
ବେଆଇନ ଡ୍ରଗ୍ସ ନିର୍ମାଣ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଆସାମ ରାଇଫଲ୍ସ ଓ ପୋଲିସର ମିଳିତ ଭାବେ ଅପରେସନ କରାଯାଇଥିବା ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ।