ETV Bharat / bharat

ଆସାମରେ ପ୍ରଥମ ମୁଣ୍ଡ ନେଲା କୋରୋନା, ଆକ୍ରାନ୍ତ 29କୁ ବୃଦ୍ଧି

author img

By

Published : Apr 10, 2020, 1:22 PM IST

ଶୁକ୍ରବାର ଆସାମରେ COVID-19 ପଜିଟିଭ୍ ମୃତ୍ୟୁର ପ୍ରଥମ ମାମଲା ରେକର୍ଡ ହୋଇଛି । ମୃତକ ଜଣକ ସିଲଚର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଆସାମ ସ୍ବାସ୍ଥ୍ୟମନ୍ତ୍ର୍ରୀ ହିମନ୍ତ ବିଶ୍ବ ଶର୍ମା ଅତି ଦୁଃଖର ସହିତ ଜଣାଇଛନ୍ତି । ଅଧିକ ପଢନ୍ତୁ...

Assam on Friday wee hours recorded the first case of death of COVID-19 positive
ଆସାମରେ ପ୍ରଥମ ମୁଣ୍ଡ ନେଲା କୋରୋନା, ଆକ୍ରାନ୍ତ 29କୁ ବୃଦ୍ଧି

ଗୌହାଟୀ: ସାରା ଦେଶରେ ମହାମାରୀ କୋରୋନାର ଆତଙ୍କ । ଦିନକୁ ଦିନ କୋରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି , ଯେଉଁଥିପାଇଁ ଚିନ୍ତାରେ ସରକାର । ତେବେ ଶୁକ୍ରବାର ଆସାମରେ COVID-19 ପଜିଟିଭ୍ ମୃତ୍ୟୁର ପ୍ରଥମ ମାମଲା ରେକର୍ଡ ହୋଇଛି । ମୃତକ ଜଣକ ସିଲଚର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଆସାମ ସ୍ବାସ୍ଥ୍ୟମନ୍ତ୍ର୍ରୀ ହିମନ୍ତ ବିଶ୍ବ ଶର୍ମା ଅତି ଦୁଃଖର ସହିତ ଜଣାଇଛନ୍ତି ।

ମୃତକ ଜଣକଙ୍କୁ 65 ବର୍ଷ ବୟସ ହୋଇଥିବା ବେଳେ ସେ ହଇଲାକାନ୍ଦି ଜିଲ୍ଲାର ବୋଲି ଜଣା ପଡ଼ିଛି । ଆସାମରେ ବର୍ତ୍ତମାନ ସୁଦ୍ଧା 29ଟି କୋରୋନା ପଜିଟିଭ ଟିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂସ ନିଜାମୁଦ୍ଦିନରେ ଯୋଗ ଦେଇଥିଲେ ଏବଂ ଆଉ କିଛି ସେମାନଙ୍କ ସସ୍ପର୍ଶରେ ଆସିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । ମ଼ତକ ଜଣକ ମଧ୍ୟ ନିଜାମୁଦ୍ଦିନରେ ଯୋଗ ଦେଇଥିଲେ ବୋଲି ଜଣା ପଡ଼ିଛି । ଏହି ନିଜାମୁଦ୍ଦିନରେ ଯୋଗ ଦେଇଥିବା ମୋଟ 78000 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.