ETV Bharat / bharat

ଆସାମ-ମିଜୋରାମ ସୀମା ବିବାଦ, ବାକଯୁଦ୍ଧ ଜାରି

author img

By

Published : Nov 2, 2020, 11:23 AM IST

ଆସାମ-ମିଜୋରାମ ମଧ୍ୟରେ ତୁଟୁନି ସୀମା ବିବାଦ । ଉଭୟ ରାଜ୍ୟ ମଧ୍ୟରେ ବାକଯୁଦ୍ଧ ଜାରି । ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସୀମା ବିବାଦ
ଆସାମ-ମିଜୋରାମ ସୀମା ବିବାଦ

ଆଇଜୋଲ: ଆସାମ ଓ ମିଜୋରାମ ମଧ୍ୟରେ ଦେଖାଦେଇଥିବା ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି । ଘଟଣା ନେଇ ଉଭୟ ରାଜ୍ୟ ଉଭୟଙ୍କୁ ଦାୟୀ କରିଛନ୍ତି । ସେପଟେ ରବିବାର ପଞ୍ଚମ ଦିନରେ ଜାତୀୟ ରାଜପଥ-306 ବନ୍ଦ ରହିଛି । ପାଖାପାଖି 15 ଦିନରୁ ଅଧିକ ଦିନ ହେବ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖା ଦେଇଥିବାବେଳେ ଜାତୀୟ ରାଜପଥ ବନ୍ଦ ରହିଛି ।

ସ୍ଥିତିରେ ସୁଧାର ଆଣିବାକୁ ଆସାମ ପକ୍ଷରୁ ମିଜୋରାମକୁ ଚିଠି ଲେଖାଯାଇ ଆସାମ ସୀମାରୁ ନିଜ ସୁରକ୍ଷାବାହିନୀ ହଟାଇବାକୁ କୁହାଯାଇଛି । ଏହା ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଭଙ୍ଗ କରୁଥିବା ଦର୍ଶାଇ ଚିଠି ଲେଖାଯାଇଥିବା ଜଣାପଡିଛି । ସେପଟେ ଗତ ସପ୍ତାହରେ କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜାତୀୟ ରାଜପଥ 306 ଉପରୁ ଅବରୋଧ ହଟାଇବାକୁ ନିଷ୍ପତ୍ତି ହୋଇଥିବାବେଳେ ଏହା ଏପର୍ଯ୍ୟନ୍ତ ହୋଇନଥିବା ମିଜୋରାମ ପକ୍ଷରୁ ଆସାମକୁ ଚିଠି ଲେଖାଯାଇ ଦର୍ଶାଯାଇଛି ।

ଏହାସହ ଆସାମ ମୁଖ୍ୟ ଶାସନ ସଚିବଙ୍କୁ ମିଜୋରାମ ସରକାର ଚିଠି ଲେଖି, ପେଟ୍ରୋଲ ଟ୍ୟାଙ୍କର ଗୁଡିକୁ ସୁରକ୍ଷା ବ୍ୟବସ୍ଥା ସହିତ ମିଜୋରାମରେ ପ୍ରବେଶ କରାଇବାକୁ କହିଛନ୍ତି । ପେଟ୍ରୋଲ ସହିତ ଗ୍ୟାସ ମଧ୍ୟ ଆସାମ ଦେଇ ମିଜୋରାମକୁ ଆସୁଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ମିଜୋରାମ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।

ସେପଟେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିବାରୁ ଉଭୟ ରାଜ୍ୟ ମଧ୍ୟରେ ପରିବହନ ବାଧାପ୍ରାପ୍ତ ହୋଇଛି । ଯାହାକୁ ସୁଧାରିବାକୁ ଦୁଇ ରାଜ୍ୟ ଚେଷ୍ଟା କରୁଥିବାବେଳେ ଦକ୍ଷିଣ ଆସାମରେ ଜାତୀୟ ରାଜପଥ 306କୁ ବନ୍ଦ କରାଯାଇଛି । ସୀମା ଅଞ୍ଚଳରୁ ମିଜୋରାମ ସରକାର ପୋଲିସ ଫୋର୍ସ କାଢିବାକୁ ଦାବି କରି ଏହି ବନ୍ଦ ହୋଇଥିବାବେଳେ ମିଜୋରାମ ପୋଲିସ ନକାଢିବାକୁ ପଣ କରିଛି । ତେବେ 5 ଦିନରେ ଏହି ବନ୍ଦ ପହଞ୍ଚି ଥିବାବେଳେ ଏନେଇ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ଜାରି ରହିଛି ।

ସୂଚନାଥାଉକି, ଅକ୍ଟୋବର 19 ତାରିଖ ରାତିରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆସାମର କାଚର ଜିଲ୍ଲାରେ ଦୁଇ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ମିଜୋରାମ ପକ୍ଷରୁ କିଛି ଲୋକ ଆସାମର ବିବାଦୀୟ ଲୈଲାପୁର ଅଞ୍ଚଳର କିଛି କୁଡିଆରେ ନିଆଁ ଲଗାଇ ଦେଇଥିଲେ । ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । ଏଥିରେ ପାଖାପାଖି 50 ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ତେବେ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ପାଇଁ ଗୃହମନ୍ତ୍ରୀ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.