ETV Bharat / bharat

ଆସାମ ବନ୍ୟା ପରିସ୍ଥିତି ସଙ୍ଗୀନ: ମୃତ୍ୟୁସଂଖ୍ୟା 9, 26 ଲକ୍ଷ ବିପନ୍ନ - operations

ବନ୍ୟା ପାଣିରେ ଉବୁଟୁବୁ ଆସାମ । ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବା ସହ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ବର୍ଷା ଯୋଗୁଁ ରାଜ୍ୟର 28 ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବାବେଳେ 26ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଜଳ ଘେରରେ ରହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି ।

ଫଟୋ ସୌଜନ୍ୟ : ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 15, 2019, 10:09 AM IST

ଗୌହାଟି: ଆସାମରେ ଫୁଲୁଛି ନଦୀ । କମୁନି ପାଣି, ବଢୁଛି ବର୍ଷା । ଅହରାତ୍ର ନିର୍ଦ୍ଧୁମ ବର୍ଷା ଯୋଗୁଁ ନଦୀରେ ଉଚ୍ଛୁଳା ପରିସ୍ଥିତି ସୃଷ୍ଟି ହେଉଛି । ବନ୍ୟା ପାଣିରେ ଜନଜୀବନ ସମ୍ପୂର୍ଣ୍ଣ ଛାରଖାର । ଚାରିଆଡେ ଖାଲି ପାଣି ଆଉ ପାଣି । ଦିନକୁ ଦିନ ସ୍ଥିତି ଆହୁରି ଗମ୍ଭୀର ହେବା ସହ ପାଣିରେ ଅଣନିଃଶ୍ବାସୀ ହୋଇଗଲେଣି ଆସାମର ସାଧାରଣ ଜନତା ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟର 28 ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବାବେଳେ 26 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଜଳ ଘେରରେ ରହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 9 କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଧୀମାଜୀ(2), ଗୋଲାଘାଟ(3),ଜୋରହାଟ(2),ବାରପେଟା(1)ଧୁବରୀ(1) ରହିଛନ୍ତି । ରାଜ୍ୟରେ ଥିବା ସମସ୍ତ ନଦୀ ଏବେ ବିପଦ ସଙ୍କେତ ରେଖା ଉପରେ ପ୍ରବାହିତ ହେଉଛି । ପ୍ରବଳ ବର୍ଷାରେ କାଜିରଙ୍ଗା ଜାତୀୟ ରାଜପଥକୁ ଛାଡି ସମ୍ପୂର୍ଣ୍ଣ ଉଦ୍ୟାନ ଜଳମଗ୍ନ ହେବା ସହ ନଷ୍ଟ ହୋଇଯାଇଛି । ଏପଟେ ନଦୀର ପ୍ରଖର ଜଳ ସ୍ରୋତ ସବୁ ସ୍ଥାନରେ ତାଣ୍ଡବ ରଚୁଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଖବର ଅନୁଯାୟୀ, ଆସାମର ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ପକ୍ଷରୁ ଘନଘନ ବୈଠକ କରାଯାଉଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର କଡା ସମୀକ୍ଷା କରିଛନ୍ତି । ଏହାସହ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.