ETV Bharat / bharat

ଭାସୁଛି ଆସାମ: 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ, ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି - 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ,ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ସଙ୍ଗୀନ ଆସାମର ବନ୍ୟା ସ୍ଥିତି । 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ। ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି । 116,939 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ.....

Assam flood situation grim; death toll rises to 97, over 26 lakh in distress
ଭାସୁଛି ଆସାମ : 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ,ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି
author img

By

Published : Jul 26, 2020, 8:10 AM IST

ଗୌହାଟୀ: ଅଣାୟତ ଆସାମର ବନ୍ୟା ପରିସ୍ଥିତି । 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ 127 ବନ୍ୟଜନ୍ତୁ ପ୍ରାଣ ହରାଇଥିବା ବେଳେ 157ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି । ଆଇଏମଡିକ ସୂଚନା ଅନୁଯାୟୀ,ଆସାମରେ ଜୁନ 1 ପରଠାରୁ 17 ପ୍ରତିଶତ ଅଧିକ ବର୍ଷା ହୋଇଛି । ଆସାମରେ ସାଧାରଣତ 792.3 ମିଲିମିଟର ବର୍ଷା ହେଉଥିବା ବେଳେ ଚଳିତ ଥର 929.5 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଗୋଲପାରା 470,253, ବାରପେଟା 423,656, ମୋରିଗାଓଁ 375,250, ଧୁବ୍ରି 278,841 ଓ ଦକ୍ଷିଣ ସଲମାରା 249,423 ଜିଲ୍ଲା ଗୁଡିକ ପ୍ରଭାବିତ ହୋଇଛି । ବ୍ରହ୍ମପୁତ୍ର ନଦୀ 5 ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଦେଇ ପ୍ରଭାହିତ ହେଉଛି ।

ଭାସୁଛି ଆସାମ : 27 ଜିଲ୍ଲାର 26.37 ଲକ୍ଷ ଲୋକେ ପ୍ରଭାବିତ,ମୃତ୍ୟୁ ସଂଖ୍ୟା 97କୁ ବୃଦ୍ଧି

ସେହିପରି ଧାନସିରୀ, ଜିଆ ଭରଲୀ, କୋପିଲି, ଧରାମତୁଲ, ବେକି, କୁଶିଆରା ଓ ସାଙ୍କୋଶ ନଦୀ ସାତଟି ଜିଲ୍ଲାର ଏକାଧିକ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। 2,370 ଗାଁ ଜଳବନ୍ଦୀରେ ରହିଥିବା ବେଳେ 116,939 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏପରିକି, ଶତାଧିକ ଘର ଭାଙ୍ଗି ଯାଇଛି । 564 ରିଲିଫ କ୍ୟାମ୍ପ କରାଯାଇଛି, ଯେଉଁଠାରେ 48,000 ଲୋକେ ଆଶ୍ରୟ ନେଇଛନ୍ତି । 27 ପ୍ରଭାବିତ ଜିଲ୍ଲା ମଧ୍ୟରୁ 15 ଜିଲ୍ଲା ଧୁବ୍ରି, ଗୋଲପାରା, ବାରପେଟା, ମୋରିଗାଓଁ, ଦକ୍ଷିଣ ସାକମାରା, ଧମାଜୀ, ଲକ୍ଷ୍ମୀପୁର, ଡାରଙ୍ଗ, ନାଲବାରୀ, କାମ୍ରୁପ (ମେଟ୍ରୋ) , କାମ୍ରୁପ (ଗ୍ରାମୀଣ), ନାଗାଓଁ, ଗୋଲାଘାଟ, ମଜୁଲି ଓ ବଙ୍ଗାଇଗାଓଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 24 ଟି ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା, ବନ୍ଧ, ବ୍ରିଜ୍, କଲଭର୍ଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ପ୍ରାୟ 14 ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ, 16ଟି ଏନଡିଆରଏଫ ଟିମ,ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହ ଜଳବନ୍ଦୀ ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.