ETV Bharat / bharat

ବନ୍ୟାରେ ଉବୁଟୁବୁ ଆସାମ, 28 ଜିଲ୍ଲାର 36 ଲକ୍ଷ ଲୋକେ ପ୍ରଭାବିତ

author img

By

Published : Jul 18, 2020, 11:49 AM IST

ଅଣାୟତ ଆସାମର ବନ୍ୟା ସ୍ଥିତି । 28 ଜିଲ୍ଲାର 36 ଲକ୍ଷ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି । ଅଧିକ ପଢନ୍ତୁ....

Assam flood situation critical; 76 dead, 36 lakh in distress
ବନ୍ୟାରେ ଉବୁଟୁବୁ ଆସାମ, 28 ଜିଲ୍ଲାର 36 ଲକ୍ଷ ଲୋକେ ପ୍ରଭାବିତ

ଗୌହାଟୀ : ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ଆସାମର ବନ୍ୟା ସ୍ଥିତି । ମୃତ୍ୟୁ ସଂଖ୍ୟା 76କୁ ବୃଦ୍ଧି ପାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟିଙ୍କ ପକ୍ଷରୁ ସୂଚନା ମିଳିଛି । 28ଟି ଜିଲ୍ଲାର ପାଖାପାଖି 36 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ଚାରୋଟି ଜିଲ୍ଲାର 22 ଲକ୍ଷ ଲୋକେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି । ଧୁବ୍ରିର 892,109, ଗୋଲପରାର 443,768, ବାରପେଟର 429,708 ଓ ମୋରିଗାଓଁର 424,541 ଲୋକେ ପ୍ରଭାବିତ ହୋଇଛନ୍ତି ।

ବନ୍ୟାରେ 86 ପଶୁଙ୍କ ମୃତ୍ୟୁ ହୋଇଥିବା ଓ କାଜିରଙ୍ଗା ଜାତୀୟ ଉଦ୍ୟାନର 95 ପ୍ରତିଶତ ଜନ୍ତୁଙ୍କୁ ଉଦ୍ଧାର କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ଅଥୋରିଟି ଓ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ଡାରଙ୍ଗ, ସୋନିଟପୁର, ବିଶ୍ବନାଥ, ଟିନୁସୁକିଆ, ଲକ୍ଷ୍ମୀପୁର, ବଙ୍ଗାଇଗାଓଁ, କାମ୍ରୁପ, ଗୋଲାଘାଟ, ସିଭାସାଗର, ମୋରିଗାଓଁ, ଧୁବ୍ରି, ନାଗାଓଁ, ନାଲବାରୀ, ବାରପେଟା, ଧାମଜୀରେ ବନ୍ୟା ଯୋଗୁଁ 76 ଜଣଙ୍କର ଜୀବନ ଯାଇଥିବାବେଳେ ଭୁସ୍ଖଳନରେ 26 ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ଧାନସିରୀ, ଜିଆ ଭରଲୀ, କୋପିଲି, ବେକି, ବାରକ, କୁଶିଆରା ଓ ବ୍ରହ୍ମପୁତ୍ର ନଦୀ 12ରୁ ଅଧିକ ଜିଲ୍ଲାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ସେହିପରି 3,014 ଗାଁ ଜଳବନ୍ଦୀରେ ରହିଥିବାବେଳେ 127,955 ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । 28 ଜିଲ୍ଲାରେ 711 ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ 51,500 ଲୋକେ ଆଶ୍ରୟ ନେଇଛନ୍ତି । ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା, ବ୍ରିଜ ଓ କର୍ଲଭଟ ଧୋଇ ହୋଇ ଯାଇଥିବାବେଳେ ଶହଶହ ଘର ଭାଙ୍ଗି ଯାଇଛି । ପ୍ରାୟ 19.8 ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ଏନଡିଆରଏଫ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.