ETV Bharat / bharat

ବନ୍ୟାର କରାଳ ରୂପ: ଜଳ ଘେରରେ ଆସାମର 21 ଜିଲ୍ଲା, 8ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ

ଲଗାଣ ବର୍ଷା ଯୋଗୁଁ ଆସାମର 21 ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବାବେଳେ 8 ଲକ୍ଷ 69 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି ।

author img

By

Published : Jul 13, 2019, 12:23 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗୌହାଟି/ପାଟନା: ଥମୁନି ବର୍ଷା, କମୁନି ପାଣି । ବନ୍ୟାରେ ଭାସୁଛି ଆସାମ । ପୂର୍ବ ଅପେକ୍ଷା ସ୍ଥିତି ଆହୁରି ଗମ୍ଭୀର ହେବା ସହ ପାଣିରେ ଅଣନିଃଶ୍ବାସୀ ହୋଇଗଲେଣି ଆସାମର ସାଧାରଣ ଜନତା । ଲଗାଣ ବର୍ଷା ଯୋଗୁଁ ରାଜ୍ୟର 21 ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବାବେଳେ 8 ଲକ୍ଷ 69 ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଥିବା ସମସ୍ତ ନଦୀ ଏବେ ବିପଦ ସଙ୍କେତ ରେଖା ଉପରେ ପ୍ରବାହିତ ହେଉଛି । ଆସାମ ସରକାରଙ୍କ ତରଫରୁ ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରୟାସ ଜାରି ରଖାଯାଇଛି । ଏହାସହ ବନ୍ୟାରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏନଡିଆରଫ ଟିମକୁ ନିୟୋଜିତ କରାଯାଇଛି ।

ଅନ୍ୟପଟେ ବିହାରର ଅବିଶ୍ରାନ୍ତ ବର୍ଷା କୂଳ ଲଙ୍ଘିବା ସହ ଅଧା ରାଜ୍ୟକୁ ଧୋଇ ଦେଲାଣି । ପ୍ରବଳ ବର୍ଷାରେ ବିହାରର 11 ଜିଲ୍ଲା ପ୍ରଭାବିତ ହୋଇଛି । ଏନେଇ ବିହାର ସରକାର ସମସ୍ତ ସ୍କୁଲ ଓ କଲେଜକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ 144 ଧାରା ଜାରି ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନା ଅନୁସାରେ, ଗତ ମାସରେ ପ୍ରଶାସନ ପକ୍ଷରୁ ବିହାରର ଗୟା, ବେଗୁସରାଇ, ଦରଭଙ୍ଗା ଅଞ୍ଚଳରେ ଅସହ୍ୟ ତାତି ଯୋଗୁ 144 ଧାରା ଜାରି କରାଯାଇଥିଲାବେଳେ ଏବେ ପୁଣି ଥରେ ବର୍ଷା ପାଇଁ ମୋଦିହାରୀ ଅଞ୍ଚଳରେ ଜାରି ହୋଇଛି 144 ଧାରା ।

ତେବେ ଗତ କିଛି ଦିନ ଧରି ପ୍ରବଳରୁ ପ୍ରବଳ ବର୍ଷା ଯୋଗୁ ଅରୁଣାଚଳ ପ୍ରଦେଶ ଓ ଭୁଟାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀର ସ୍ତର ବିପଦ ସଙ୍କୁଳ ହୋଇଉଠିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.