ETV Bharat / bharat

ପରିବା ବିକାଳୀଙ୍କୁ ଦୁଇ ଚକିଆ ଉପହାର ଦେଲେ ଆସାମ ପୋଲିସ - lockdown effect

ପରିବା ବିକାଳୀଙ୍କୁ ଦୁଇ ଚକିଆ ଉପହାର ଦେଲେ ଆସାମ ପୋଲିସ । ପୂର୍ବରୁ ସାଇକେଲ ଧରି ପରିବା ବିକୁଥିଲେ ଆସାମର 20 ବର୍ଷୀୟ ଯୁବତୀ । ଅଧିକ ପଢନ୍ତୁ...

Assam Cops Gifts 2-Wheeler To Young Woman Who Sells Vegetables On Bicycle
ପରିବା ବିକାଳୀଙ୍କୁ ଦୁଇ ଚକିଆ ଉପହାର ଦେଲେ ଆସାମ ପୋଲିସ
author img

By

Published : May 13, 2020, 6:55 AM IST

ଗୌହାଟୀ: ଲକ ଡାଉନରେ ବି ପରିବାର ପୋଷଣ ପାଇଁ ସାଇକେଲ ଧରି ପରିବା ବିକୁଥିଲେ ଆସାମର 20 ବର୍ଷୀୟ ଯୁବତୀ । ତେବେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ଆସାମ ପୋଲିସ । ତାଙ୍କୁ ଯୋଗାଇଦେଇଛନ୍ତି ଦୁଇ ଚକିଆ ।

ଏହାଦ୍ବାରା ପରିବା ବୁଲି ବୁଲି ବିକିବାରେ ସହଜ ହେବ । ଜନମୋନି ଗୋଗଇ ନାମକ ଏହି ଯୁବତୀଙ୍କର ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଆସାମ ପୋଲିସ ତାଙ୍କୁ ମୋଟରସାଇକେଲ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି ।

+2 ପଢିବା ପରେ ଜନମୋଇ ନିଜ ମାଆଙ୍କୁ ପରିବା ବିକ୍ରିରେ ସାହାଯ୍ୟ କରୁଥିଲେ । କାରଣ ପ୍ରାୟ 18 ବର୍ଷ ହେବ ତାଙ୍କ ବାପାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ । ପୂର୍ବରୁ ଜନମୋନି ଏବଂ ତାଙ୍କ ମାଆ ସ୍ଥାନୀୟ ମାର୍କେଟରେ ପରିବା ବିକ୍ରିକରି ପରିବାର ପୋଷଣ କରନ୍ତି ।କିନ୍ତୁ ଲକ ଡାଉନ ଘୋଷଣା ପରେ ଜନମୋନି ସାଇକେଲ ଘର ଘର ବୁଲି ପରିବା ବିକ୍ରି କରୁଥିଲେ ।

କିନ୍ତୁ ଏବେ ମୋଟରସାଇକେଲ ତାଙ୍କ ପାଇଁ ନିଶ୍ଚିତ ଭାବେ ସାହାଯ୍ୟକାରୀ ହେବ । ସେ ଏହାକୁ ପାଇବାପରେ ଖୁବ ଖୁସି ହୋଇଥିବା ଦେଖାଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.