ନୂଆଦିଲ୍ଲୀ: ସାରା ବିଶ୍ୱ ମହାମାରୀ କୋରୋନା ଭାଇରସ ସହ ଲଢେଇ କରୁଛି । ଲକ୍ଷ ଲକ୍ଷ ଲୋକ ଏହି ପ୍ରାଣଘାତର ଭୂତାଣୁରେ ସଂକ୍ରମିତ ହେବା ସହ ପ୍ରାଣ ହରାଉଛନ୍ତି । ଏହି ଭୂତାଣୁର ମୁକାବିଲା ପାଇଁ ଏଯାବତ କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ଏହାର ଉଦ୍ଭାବନ ପାଇଁ ଗବେଷଣା ଜାରି ରହିଛି । ଏମିତିରେ ଆଇଆଇଟି ଦିଲ୍ଲୀ ଏବଂ ଜାପାନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଇଣ୍ଡଷ୍ଟ୍ରିଆଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏକ ମିଳିତ ଅନୁସନ୍ଧାନ କରିଛନ୍ତି । ଏହି ଅନୁସନ୍ଧାନରେ ଜଣାପଡିଛି ଯେ, କୋଭିଡ -19 ସଂକ୍ରମଣକୁ ରୋକିବାରେ ଆୟୁର୍ବେଦିକ ଔଷଧ ଅଶ୍ୱଗନ୍ଧା ଅତ୍ୟନ୍ତ ପ୍ରଭାବଶାଳୀ ହେବ ।
ଏହି ଅନୁସନ୍ଧାନ ଅନୁଯାୟୀ, ଅଶ୍ୱଗନ୍ଧା କୋରୋନା ଭୂତାଣୁର ସଂକ୍ରମଣ ବିରୁଦ୍ଧରେ ଏକ ପ୍ରଭାବଶାଳୀ ଚିକିତ୍ସା ତଥା ପ୍ରତିଷେଧକ ଔଷଧ ହୋଇପାରିବ । ଏହି ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ ଅଶ୍ୱଗନ୍ଧା ଏବଂ ପ୍ରୋପୋଲିସରେ କୋଭିଡ୍ -19 ଔଷଧ ତିଆରି କରିବାର କ୍ଷମତା ରହିଛି । ପ୍ରକାଶ ଥାଉ କି, ମହୁମାଛି ଦ୍ଵାରା ନିଜର ଛିଦ୍ରକୁ ପ୍ରତିରୋଧ ଲାଗି ବ୍ୟବହାର କରୁଥିବା ଲାଳକୁ ପ୍ରୋପୋଲିସ କୁହାଯାଏ ।
ଆଇଆଇଟି ଦିଲ୍ଲୀର ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସୁନ୍ଦର କହିଛନ୍ତି ଯେ, ଅନୁସନ୍ଧାନ ସମୟରେ ଏହି ଭୂତାଣୁର ନକଲ କରିବାରେ SARS-CoV-2's ଏନଜାଇମକୁ ଟାର୍ଗେଟ କରିଥିଲେ ଅନୁସନ୍ଧାନକାରୀ ଦଳ ।
ସେ କହିଛନ୍ତି କି, ଅନୁସନ୍ଧାନର ଫଳାଫଳ କେବଳ ଯେ ଆଣ୍ଟି କୋଭିଡ-19 ଔଷଧ ପରୀକ୍ଷା ପାଇଁ ଆବଶ୍ୟକ ସମୟ ଏବଂ ମୂଲ୍ୟ ସଞ୍ଚୟ କରିପାରିବ ନାହିଁ ବରଂ କୋରୋନା ଭାଇରସ ମହାମାରୀ ପରିଚାଳନାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ତେଣୁ ଏହାର ଲାବ୍ରୋଟୋରୀରେ ଏବଂ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ରହିଛି ।
ସୁନ୍ଦରଙ୍କ ଅନୁଯାୟୀ, ଔଷଧର ବିକାଶ ପାଇଁ କିଛି ସମୟ ଲାଗିପାରେ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଏହି ପ୍ରାକୃତିକ ସମ୍ପଦ ଅଶ୍ୱଗନ୍ଧା ଏବଂ ପ୍ରୋପୋଲିସ୍ ଚିକିତ୍ସା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।
ସେ କହିଛନ୍ତି ଯେ ସିଏପିଇ(CAPE) ଯେଉଁଠାରେ ପ୍ରୋପୋଲିସର ଏକ ପ୍ରମୁଖ ଉପାଦାନ ଅଛି, ଏହାର ପରିମାଣ ଏବଂ ସ୍ଥିରତା ହେଉଛି ଗୁରୁତ୍ୱପୂର୍ଣ୍ଣ । ଯାହାକୁ ସାଇକ୍ଲୋଡେକ୍ସଟ୍ରିନ୍ସ ସହ ଏହାର ପରିସରରେ ସୃଷ୍ଟି କରି ପରିଚାଳିତ କରାଯାଇପାରିବ ।
ଅନ୍ୟପଟେ ଅଶ୍ୱଗନ୍ଧା ଗଛର ଭୌଗୋଳିକ, ଅଂଶ ଏବଂ ଆକାର ସହିତ ଭିନ୍ନ ହୋଇଥାଏ । ତେଣୁ ବିଶେଷ ପ୍ରଭାବ ହାସଲ କରିବାକୁ କିମ୍ବା ଏହାକୁ ଆଗକୁ ବଢାଇବାକୁ ଆମକୁ ସଠିକ୍ ଏବଂ ଗୁଣାତ୍ମକ ନିୟନ୍ତ୍ରିତ ଉତ୍ସ ଏବଂ ନିର୍ବାହ ବ୍ୟବହାର କରିବାକୁ ପଡିବ ।
ସୂଚନାଯୋଗ୍ୟ, ସରକାର ମଧ୍ୟ ଏନେଇ ଏକ ଅଧ୍ୟୟନ ଆରମ୍ଭ କରିଛନ୍ତି । ଅଶ୍ବଗନ୍ଧା କୋଭିଡ-19 ରୋକିବା ପାଇଁ ଏକ ସମ୍ଭାବ୍ୟ ଔଷଧ ଭାବରେ ଆଣ୍ଟି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିଚ୍ଲୋରୋକ୍ବାଇନ୍ ପାଇଁ ବିକଳ୍ପ ହୋଇପାରିବେ ।