ETV Bharat / bharat

ଅଶୋକ ଲାଭାସା ଏଡିବିର ଉପ ସଭାପତି ନିଯୁକ୍ତ - ଅଶୋକ ଲାଭାସା

ନିର୍ବାଚନ କମିଶନର ତଥା 1980 ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ ଲାଭସାଙ୍କୁ ଏଡିବି ଉପ ସଭାପତି ଭାବେ ନିଯୁକ୍ତ କରିଛି ।

ashoke lavasa
ଅଶୋକ ଲାଭାସା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ଉପ ସଭାପତି ନିଯୁକ୍ତ
author img

By

Published : Jul 15, 2020, 9:09 PM IST

ନୂଆଦିଲ୍ଲୀ: ଅଶୋକ ଲାଭାସା ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି)ର ଉପ ସଭାପତି ନିଯୁକ୍ତ । ନିର୍ବାଚନ କମିଶନର ତଥା 1980 ବ୍ୟାଚ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅଶୋକ ଲାଭସାଙ୍କୁ ଏଡିବି ଉପ ସଭାପତି ଭାବେ ନିଯୁକ୍ତ କରିଛି ।

ସେ ଦୀପକ ଗୁପ୍ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି । ଯାହାର କାର୍ଯ୍ୟକାଳ 31 ଅଗଷ୍ଟରେ ଶେଷ ହେବ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ କହିଛି, ଏଡିବି ଅଶୋକ ଲାଭାସାଙ୍କୁ ବେସରକାରୀ ସେକ୍ଟର ଅପରେସନ୍ ଏବଂ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ ପାଇଁ ଉପ-ସଭାପତି ଭାବେ ନିଯୁକ୍ତି କରିଛନ୍ତି।

ଗତ 2018 ଜାନୁୟାରୀ 23ରେ ଅଶୋକ ଲାଭସା ଭାରତର ନିର୍ବାଚନ କମିଶନର ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ହରିୟାଣା କ୍ୟାଡର(ବ୍ୟାଚ 1980)ରେ ଆଇଏଏସ ଅଧିକାରୀ ଭାବରେ ଅବସର ନେଇଥିଲେ।

ତେବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇବା ପୂର୍ବରୁ ଲାଭାସା କେନ୍ଦ୍ର ଅର୍ଥ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର କେନ୍ଦ୍ର ସଚିବ ରହିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.