ETV Bharat / bharat

ପଡୋଶୀ ଦେଶ ସହ ଭାରତର ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ରାଜସ୍ଥାନ ସିଏମ

author img

By

Published : Jun 27, 2020, 1:18 PM IST

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ କରି କହିଛନ୍ତି ‘ଏହି ସରକାର ଯେବେ ଠୁ କ୍ଷମତାକୁ ଆସିଲେଣି ସେବେଠାରୁ ପଡୋଶୀ ଦେଶ ସହ ଭାରତର ସମ୍ପର୍କ ଖରାପ ହୋଇଛି’।

_gehlot
ମୋଦି ସରକାରଙ୍କ ସମୟରେ ପଡୋଶୀ ଦେଶ ସହ ଭାରତର ସମ୍ପର୍କ ଖରାପ ହୋଇଛି

ଜୟପୁର: ବୈଦେଶିକ ନିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରଶ୍ନ କଲେ ଅଶୋକ ଗେହଲଟ । ଏହି ସରକାର ଯେବେଠାରୁ କ୍ଷମତାକୁ ଆସିଲେଣି ସେବେ ଠୁ ପଡୋଶୀ ଦେଶ ସହ ଭାରତର ସମ୍ପର୍କ ଖରାପ ହୋଇଛି’।

ଗେହଲଟ ସରକାର # ସ୍ପିକ୍ ଅପ୍ ଫର ଆୱାର ଯବାନ ସହ ଏକ ଭିଡିଓ ମେସେଜ ଟ୍ୱିଟରରେ ସେୟାର କରିଛନ୍ତି | ଏଥିସହ ସେ କହିଛନ୍ତି, ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ଦକ୍ଷିଣ ଏସିଆର ସମସ୍ତ ପଡୋଶୀ ଦେଶର ରାଷ୍ଟ୍ରପତିଙ୍କୁ ଡକାଯାଇଥିଲା ଏବଂ ସେମାନେ ଆସିଥିଲେ। ତେବେ କେଉଁ କାରଣ ପାଇଁ ଆଜି ସମସ୍ତ ପଡୋଶୀ ଦେଶ ଆମ ବିରୁଦ୍ଧରେ ମୁଣ୍ଡ ଟେକିଛନ୍ତି ।

ଅଶୋକ ଗେହଲଟଙ୍କ ଅନୁଯାୟୀ, ଚୀନ୍ ଘଟଣା ସମଗ୍ର ଦେଶବାସୀଙ୍କ ସାମ୍ନାରେ ଅଛି । ମାତ୍ର ଚୀନ ସହ କଣ ଘଟିଛି ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ମୋଦୀ ଆମର ପ୍ରଧାନମନ୍ତ୍ରୀ । କିନ୍ତୁ ତାଙ୍କର ବିବୃତ୍ତିକୁ ଚୀନ୍ ଗଣମାଧ୍ୟମ ଏବଂ ସେଠାକାର ଲୋକମାନେ ସ୍ୱାଗତ କରୁଛନ୍ତି । ଯାହା କେତେବଡ ଭୁଲ୍ ତାହା ସମସ୍ତେ ବୁଝିପାରୁଥିବେ । ତେବେ ଗୋଟିଏ ଦିନ ପ୍ରଧାନମନ୍ତ୍ରୀଙ୍କୁ ଦେଶବାସୀଙ୍କୁ ସତ କହିବାକୁ ପଡିବ ବୋଲି ଗେହଲଟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.