ETV Bharat / bharat

ରାଜି ହେଉନାହାଁନ୍ତି ରାହୁଲ: ଅଶୋକ ଗେହଲଟ ହେବ ନୂଆ ଅଧ୍ୟକ୍ଷ!

କଂଗ୍ରସ ଅଧ୍ୟକ୍ଷ ପଦ ତ୍ୟାଗ କରିବା ପାଇଁ ଜିଦ୍ ଧରି ବସିଥିଲେ ରାହୁଲ ଗାନ୍ଧୀ। ଏବେ ଏହି ପଦ ପାଇଁ ଚାଲିଥିବା କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡିବାର ସମ୍ଭାବନା ଶୁଣିବାକୁ ମିଳୁଛି। ନୂଆ ସଭାପତି ନେହରୁ-ଗାନ୍ଧି ପରିବାର ବାହାରୁ ମନୋନୀତ ହେବେ ବୋଲି ସୂଚନା ମିଳୁଛି। ଏହି ପଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ସମ୍ଭାଳି ପାରନ୍ତି ବୋଲି ଜଣାପଡୁଛି ।

author img

By

Published : Jun 20, 2019, 10:12 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କିଛି ଦିନ ଯାଏଁ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ହାଇଡ୍ରାମା । କଂଗ୍ରସ ଅଧ୍ୟକ୍ଷ ପଦ ତ୍ୟାଗ କରିବା ପାଇଁ ଜଦ ଧରି ବସିଥିଲେ ରାହୁଲ ଗାନ୍ଧୀ । ଏବେ ଏହି ପଦ ପାଇଁ ଚାଲିଥିବା କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡିବାର ସମ୍ଭାବନା ଶୁଣିବାକୁ ମିଳୁଛି । ନୂଆ ସଭାପତି ନେହରୁ-ଗାନ୍ଧି ପରିବାର ବାହାରୁ ମନୋନୀତ ହେବେ ବୋଲି ସୂଚନା ମିଳୁଛି। ଏହି ପଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ସମ୍ଭାଳି ପାରନ୍ତି ବୋଲି ଜଣାପଡୁଛି।

ସୂଚନା ଅନୁସାରେ ଖୁବଶୀଘ୍ର ଓୌପଚାରିକ ଭାବରେ କଂଗ୍ରେସ ତରଫରୁ ଆଶୋକ ନାମରେ ମୋହର ଲାଗିବା ସହ ଘୋଷଣା କରାଯିବ । ଏକାକୀ ଗେହଲଟ କଂଗ୍ରେସ ସଭାପତି ପଦରେ ସମ୍ଭାଳିବେ ନା ତାଙ୍କୁ ସହଯୋଗ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ବି ନିଯୁକ୍ତି ମିଳିବ ସେ ନେଇ ଉଠୁଥିବା କଥାର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ରାହୁଲ ଗାନ୍ଧିଙ୍କୁ ଭେଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହାସହ ରାହୁଲଙ୍କୁ ଅଧ୍ୟକ୍ଷ ପଦରେ ରହିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ରା ରାହୁଲ ନିଜ୍‌ ଜିଦରେ ସ୍ଥିର ରହିଛନ୍ତି । ରାହୁଲ ଏକଥା ବି କହିଛନ୍ତି ଯେ ଯେପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ଚୟନ କରାଯାଇ ନାହିଁ ସେତେ ଯାଏଁ ନୂଆ ଆରମ୍ଭ ସମ୍ଭବ ନୁହେଁ । ଏହାସହ ରାହୁଲ ଏହି ପଦ ପାଇଁ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ନାମ ଆଲୋଚନାକୁ ନଆଣିବା କଥା ସ୍ପଷ୍ଟ କରିଛନ୍ତି ।

ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ 'ବଂଶବାଦ ରାଜନୀତି'ର ଅଭିଯୋଗ ଆଣୁଛନ୍ତି । ଏହାକୁ ସମାପ୍ତ କରିବା ପାଇଁ ପରିବାର ବାହାରୁ ନେତା ଚୟନ କରିବା ପାଇଁ ରାହୁଲ ଜୋର ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଗେହଲଟ ଜଣେ ପୁରୁଣା ତଥା ଅଭିଜ୍ଞ ଚେହେରା । ଏହାସହ ନେହରୁ-ଗାନ୍ଧି ପରିବାର ସହ ତାଙ୍କର ଘନିଷ୍ଠତା ଓ ବିଶ୍ବସ୍ତତା ସମସ୍ତଙ୍କୁ ଜଣା । ଏହାସହ ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନର ତାଙ୍କର ବଡ ଉପଲବ୍ଧି । ବିଜେପି ଗଡରେ କଂଗ୍ରେସର ପ୍ରଦର୍ଶନର ଶ୍ରେୟ ଗେହଲଟଙ୍କକୁ ଯାଇଥିଲା । 2017ରେ ସେ ଗୁଜୁରାଟ କଂଗ୍ରେସର ଦାୟିତ୍ବ ସମ୍ଭାଳିଥିଲେ ।

ଏହା ବ୍ୟତିରେକ ଗେହଲଟଙ୍କର ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ଭଲ ସମ୍ପର୍କ ରଖିଛି । ଫଳରେ କଂଗ୍ରେସ ଚଳାଇବାରେ ତାଙ୍କୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏହାସହ ସବୁଠାରୁ ବଡ ସମସ୍ୟାର ସମାଧାନ ହୋଇ ଯାଇପାରେ ରାଜସ୍ଥାନରେ କଂଗ୍ରେସର । ନିର୍ବାଚନ ଜିତିବା ପରଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ପଦ ଓ ଶାସନକୁ ନେଇ ବାଦବିବାଦ ଲାଗି ରହିଛି । ତେଣୁ ଏପରିସ୍ଥଳେ ସମାଧାନର ସୂତ୍ର ସ୍ବୁରପ ଗେହଲଟଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦରେ ବସାଇ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ଚିନ୍ତା କରାଯାଉଛି ।

କିଛି ସୂତ୍ର ଆଧାରରେ ଏହା କୁହାଯାଉଛି ଯେ ରାହୁଲ ଗାନ୍ଧୀ ବର୍ଷେ କିମ୍ବା ଦୁଇ ବର୍ଷ ଏହି ପଦରୁ ଦୁରେଇ ରହିବା ପାଇଁ ଚାହୁଁଛନ୍ତି । ଯାହାଫଳରେ ରାହୁଲ ଗାନ୍ଧି ସାରାଭାରତବର୍ଷରେ ଭିନ୍ନ ଭିନ୍ନ ସ୍ଥାନ ବୁଲି କଂଗ୍ରେସକୁ ସଂଗଠିତ ଓ ତୃଣମୂଳସ୍ତରେ ଦଳକୁ ଦୃଢୀଭୂତ କରିବେ। ଏହାସହ ମୋଦି ସରକାରଙ୍କ ଜନବିରୋଧୀ ନୀତି ଓ ଯୋଜନାକୁ ଉପସ୍ଥାପନ କରି ଜନତାଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବେ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.