ETV Bharat / bharat

ରାଜସ୍ଥାନ ସରକାରଙ୍କ ମେଗା ପ୍ଲାନ, 43 ଲକ୍ଷ ଲୋକଙ୍କୁ ମିଳିବ 2 ମାସର ଫ୍ରି ରାସନ

author img

By

Published : Jun 9, 2020, 8:39 PM IST

ଲକଡାଉନ ପରଠୁ ବେରୋଜଗାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ରାଜସ୍ଥାନ ସରକାର । ଆସନ୍ତା ଦୁଇମାସ ପାଇଁ ରାଜ୍ୟ ସରକାର 43 ଲକ୍ଷ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜସ୍ଥାନ ସରକାରଙ୍କ ମେଗା ପ୍ଲାନ, 43 ଲକ୍ଷ ଲୋକଙ୍କୁ 2 ମାସର ଫ୍ରି ରାସନ ବଣ୍ଟନ

ଜୟପୁର: ଆସନ୍ତା ଦୁଇମାସ ପାଇଁ ରାଜସ୍ଥାନ ସରକାର ବେରୋଜଗାରଙ୍କୁ ମାଗଣାରେ ରାସନ ଯୋଗାଇ ଦେବେ । ଏହାର ଅନ୍ତର୍ଗତ ସେମାନଙ୍କୁ ଗହମ ଏବଂ ଚଣାଡାଲି ଯୋଗାଇ ଦିଆଯିବ । ଜୁନ୍ 12 ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ 43 ଲକ୍ଷ ଲୋକ ଏହି ସୁବିଧା ପାଇବେ । ଆଉ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ମନ୍ତ୍ରୀ ରମେଶ ଚାନ୍ଦ ମୀନା କହିଛନ୍ତି, ଲକଡାଉନ ସମୟରେ କାମ ବନ୍ଦ ଥିବା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଅସ୍ଥାୟୀ ଭାବରେ ବେକାର ଅଛନ୍ତି । ଏଭଳି ପରିସ୍ଥିତିରେ, ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ କେତେ ସଂଖ୍ୟକ ବେରୋଜଗାର ଏବଂ ତାଙ୍କ ପରିବାର ଅଛନ୍ତି ସେ ନେଇ ସର୍ଭେ କରିଥିଲେ । ତେବେ ସେମାନଙ୍କର ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଏହି ସର୍ଭେକୁ ଆଧାର କରି ରାଜ୍ୟରେ 43 ଲକ୍ଷ ଲୋକେ ବେରୋଜଗାର ଥିବା ରିପୋର୍ଟ ଆସିଛି ।

ଏହି ବ୍ୟକ୍ତିଙ୍କୁ 2 ମାସ ପାଇଁ ଗହମ ଏବଂ ଚଣାଡାଲି ମାଗଣା ବଣ୍ଟନ କରାଯିବ । ସ୍ବତନ୍ତ୍ର ବର୍ଗର ଏହି ବ୍ୟକ୍ତିମାନଙ୍କୁ ମୁଣ୍ଡପିଛା 5 କିଲୋଗ୍ରାମ ଗହମ ମାଗଣାରେ ଦିଆୟିବ । ଏହି ବଣ୍ଟନ କାର୍ଯ୍ୟକ୍ରମ 12, 13 ଏବଂ 14 ଜୁନ୍ ରେ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.