ETV Bharat / bharat

ଦିପେଶ-ଅଭିଶେକ ମୃତ୍ୟୁ ମାମଲାର ଖୋଲିଲା ଗୁମର, ବଢିଲା ଆଶାରାମଙ୍କ ସମସ୍ୟା ! - ଆଶାରାମଙ୍କ ଅହମ୍ମଦାବାଦ ଆଶ୍ରମ

ପୁଣି ବଢିଲା ଆଶାରାମ ବାପୁଙ୍କ ପାଇଁ ଅଡୁଆ । 2008ରେ ଦିପେଶ-ଅଭିଶେକ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି । ଦୁଇ ଶିଶୁଙ୍କ ମୃତ୍ୟୁ ପାଇଁ ଆଶ୍ରମ ପ୍ରଶାସନ ହିଁ ଦାୟୀ ବୋଲି ବସରପ୍ରାପ୍ତ ବିଚାରପତି ଡି.କେ ଦ୍ବିବେଦୀଙ୍କ ଦେଇଥିବା ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

ଫାଇଲ ଫଟୋ
author img

By

Published : Jul 26, 2019, 5:22 PM IST

ନୂଆଦିଲ୍ଲୀ: ପୁଣି ବଢିଲା ଆଶାରାମ ବାପୁଙ୍କ ଅଡୁଆ । ଆଶାରାମଙ୍କ ଅହମ୍ମଦାବାଦ ଆଶ୍ରମରେ 2008ରେ ହୋଇଥିବା ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି । ଦୁଇ ଶିଶୁଙ୍କ ମୃତ୍ୟୁ ପାଇଁ ଆଶ୍ରମ ପ୍ରଶାସନ ହିଁ ଦାୟୀ । ଅବସରପ୍ରାପ୍ତ ବିଚାରପତି ଡି.କେ ଦ୍ବିବେଦୀଙ୍କ ଦେଇଥିବା ରିପୋର୍ଟରେ ଏହି କଥା ସ୍ପଷ୍ଟ ହୋଇଛି ।

ପ୍ରଶାସନର ଅବହେଳା କାରଣରୁ ଏପରି ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି । ତେବେ ଆଶ୍ରମ ପଛପଟ ନଦୀରେ ବୁଡିବା କାରଣରୁ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ତେଣୁ 10 ବର୍ଷରୁ କମ୍ ଶିଶୁଙ୍କୁ ନଦୀ ପାଖକୁ ଯିବାକୁ ବାରଣ କରିବାକୁ କୁହାଯାଇଛି ।

Intro:ସ୍ଲଗ-ଘର କାମ ନକରିବାରୁ ରାଜମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ, ୨ଗୁରୁତରBody:
ଆଙ୍କର- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଜାମୁଯୋଡି ଗ୍ରାମରେ ଘର କାମ ନକରିବାରୁ ୨ଜଣ ରାଜମିସ୍ତ୍ରୀଙ୍କୁ ମରଣାତ୍ମକ ଆର୍କମଣ ହୋଇଛି । ଖବର ଅନୁଯାୟୀ ଜାମୁଯୋଡି ଗ୍ରାମର ଏସ୍ କେ ନାସିରଙ୍କ ଘର ନିର୍ମାଣ କାମ କରିବା ପାଇଁ ମୁରସିଦାବାଦ ଠାରୁ ୨ରାଜମିସ୍ତ୍ରୀ ସରିର୍ ନାଗ୍ ଓ ଏମଡି ଆଦୁଦ୍ ସେକ୍ ୨୦ ଦିନ ହେବ ଆସିଥିଲେ । ସେଠାରେ ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଗ୍ରାମର ରୋସ୍ତମ ଖାନ ନାମକ ଜଣେ ଯୁବକ ନିଜ ଘର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଉକ୍ତ ରାଜମିସ୍ତ୍ରୀଙ୍କୁ କହିଥିଲେ । ରାଜମିସ୍ତ୍ରୀମାନେ ନାସିରଙ୍କ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ତୁମ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ସକାଳ ସମୟରେ ୨ରାଜମିସ୍ତ୍ରୀ କୌଣସି କାମରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ବେଳେ ରୋସ୍ତମ ନୂଆଗାଁ ଛକ ନିକଟରେ ସେମାନଙ୍କୁ ଅଟକାଇ ମାଡ ମାରି ରକ୍ତାତ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ସାଙ୍ଗରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସରିରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.