ETV Bharat / bharat

ଓବେସୀଙ୍କ ବ୍ୟଙ୍ଗବାଣ: 50-50 ଫର୍ମୁଲା କ’ଣ ବଜାରରେ ନୂଆ ୫୦-୫୦ ବିସ୍କୁଟ’? - ମହାରାଷ୍ଟ୍ରରେ 50-50 ଫର୍ମୁଲା

ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓବେସୀ ବ୍ୟଙ୍ଗ ଟିପ୍ପଣୀ କରିଛନ୍ତି । ମହାରାଷ୍ଟ୍ରରେ 50-50 ଫର୍ମୁଲାକୁ ଟାର୍ଗେଟ। ବଜାରକୁ ଇଏ କଣ ନୂଆ 50-50 ବିସ୍କୁଟ ଆସିଲାଣି ବୋଲି କଟାକ୍ଷ କରି ପ୍ରଶ୍ନ ପଚାରିଛନ୍ତି । ଏନେଇ ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 3, 2019, 8:26 PM IST

ହାଇଦ୍ରାବାଦ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଘୋଷଣାକୁ 10 ଦିନ ବିତି ଗଲାଣି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ଶୂନ୍ୟ ପଡିଛି । ସିଏମ ସିଟପାଇଁ 50-50 ଫର୍ମୁଲାରେ ଶିବସେନାର ଜିଦ୍‌ ବିଜେପିକୁ ନାଦେଦମ କରିସାରିଲାଣି । ଅଢେଇ ବର୍ଷୀୟ ସିଏମ ସିଟ୍‌ ଭାଗବଣ୍ଟାରେ ଶିବସେନ ଅଟଳ ଫଳରେ ମେଣ୍ଟରେ ଫାଟ ଆଉ ରାଜ୍ୟରେ ଅଣାୟତ୍ତ ପରିସ୍ଥିତି । ଏପିରସ୍ଥଳେ ମହାରାଷ୍ଟ୍ରରେ ଗୋଳିଆ ଘାଣ୍ଟିଆ ମାହୋଲକୁ ନେଇ ଏଆଇଏମଆଇଏମ ମୁଖ୍ୟ ଆସାଉଦ୍ଦିନ ଓବେସୀ ବ୍ୟଙ୍ଗ ଟିପ୍ପଣୀ କରିଛନ୍ତି । ବଜାରକୁ ଇଏ କଣ ନୂଆ 50-50 ବିସ୍କୁଟ ଆସିଲାଣି ବୋଲି କଟାକ୍ଷ କରି ପ୍ରଶ୍ନ ପଚାରିଛନ୍ତି ।

Asaduddin owaisi targets shiv sena
ଫଟୋ ସୌଜନ୍ୟ: ଏଏନଆଇ

ଓବେସୀ ଆହୁରି କହିଛନ୍ତି ଯେ, ‘ ଏଇ 50-50 କଣ ଅଟେ, ବଜାରକୁ ନୂଆ ବିସ୍କୁଟ ଆସିଗଲା କି ? କେତେ ଯାଏ ଏମିତି 50-50 ପ୍ରହସନ ଜାରି ରହିଥିବ । ଏସବୁ ବନ୍ଦ କରି ରାଜ୍ୟବାସୀଙ୍କ ସ୍ବାର୍ଥକୁ ଧ୍ୟାନରେ ରଖିବା ଅବଶ୍ୟ ଅଧିକ ବୋଲି ସେ କହିଛନ୍ତି । ରାଜ୍ୟରେ ଚାଷୀ ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ, ଏପରି ସମୟରେ ବିଜେପି-ଶିବସେନା 50-50କୁ ନେଇ ଟଣାଓଟରା ଜାରି ରଖିଛନ୍ତି । ଏ କେଉଁ ପ୍ରକାର ‘ସବକା ସାଥ ସବକା ବିକାଶ’ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ଓବେସୀ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଉଦ୍ଧବ ଦୁଇଟି ଘୋଡାରେ ବସିବା ପ୍ଲାନ କରିବା ପାଇଁ ଚାହୁଁଛନ୍ତି । ସାଧାରଣଜନତାଙ୍କୁ ମୂର୍ଖ ବନେଇବାରୁ ଦୂରେଇ ରହିବା ପାଇଁ ସେ କହିଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ମାତ୍ର ୨ଟି ଆସନରେ ବିଜୟ ଲାଭ କରିଛି । ଏଆଇଏମଆଇଏମ ମହାରାଷ୍ଟ୍ରରେ ନା ବିଜେପି ନା ଶିବସେନା କୌଣସି ଦଳକୁ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନା ଯୋଗ୍ୟ, ଗତ ମାସ ୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା ।୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା।

ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି । ଏବେ 50-50ଫର୍ମୁଲାଙ୍କୁ ନେଇ ଶିବସେନା ଜିଦ୍‌ରେ । ଏହାସହ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ରାଜ୍ୟରେ ସରକାର ଗଠନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିବା ଖବର ପ୍ରସାରଣ ଜାରି ରହିଛି । ଅନ୍ୟପଟେ ଦେବେନ୍ଦ୍ର ଫଡଣାଭୀସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଷ୍ଟାଡିୟମ ବୁକ୍‌ କରିସାରିଲେଣି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.