ETV Bharat / bharat

‘ଚୀନ ସହ ସୀମା ବିବାଦକୁ ନେଇ ଚୁପ୍ କାହିଁକି ଅଛନ୍ତି ସରକାର’ - ଚୀନ ସହ ସୀମା ବିବାଦ

ନିକଟରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ । ବର୍ତ୍ତମାନ ହାଇଦ୍ରାବାଦର ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ ଏହି ପ୍ରସଙ୍ଗରେ ସରକାରଙ୍କ ନିରବତାର କାରଣ ପଚାରିଛନ୍ତି।

asaduddin owaisi
ସାଂସଦ ଅସାଦୁଦ୍ଦିନ ଓୱେସୀ
author img

By

Published : Jun 8, 2020, 4:08 PM IST

ହାଇଦ୍ରାବାଦ: ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇପାରି ନାହିଁ। ନିକଟରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ । ବର୍ତ୍ତମାନ ହାଇଦ୍ରାବାଦର ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ ଏହି ପ୍ରସଙ୍ଗରେ ସରକାରଙ୍କ ନିରବତାର କାରଣ ପଚାରିଛନ୍ତି। ଓୱେସୀ କହିଛନ୍ତି ଯେ ଚୀନ ସହିତ ମୋଦି ସରକାର କଣ କରିଛନ୍ତି, ସରକାର କାହିଁକି ଚୁପ୍ ଅଛନ୍ତି।

ଓୱେସୀ କହିଛନ୍ତି, ‘ସୀମା ବିବାଦକୁ ନେଇ ଭାରତୀୟ ଓ ଚୀନ୍ ସେନା ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଚୀନ ସହିତ କ’ଣ ଘଟିଛି ତାହା କେନ୍ଦ୍ର ସରକାର କହିବା ଉଚିତ । କାହିଁକି ଲଜ୍ଜିତ ଓ ନିରବ ରହିଛନ୍ତି ? ସରକାର କୁହନ୍ତୁ କି ଲଦାଖକୁ ଚୀନ ଅକ୍ତିଆର୍ କରିନେଇଛି କି ’।

ପ୍ରକାଶଥାଉକି, ଗତ ଏକ ମାସ ମଧ୍ୟରେ ସିକ୍କିମର ନାକୁଲା ଠାରୁ ପାଙ୍ଗୋଗ ହ୍ରଦ ଓ ଲଦାଖର ଗାଲୱାନ୍ ଉପତ୍ୟକା ପର୍ଯ୍ୟନ୍ତ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଚୀନ ଓ ଭାରତର ସୈନିକମାନେ ଗାଲୱାନ୍ ଉପତ୍ୟକାରେ ମୁହାଁମୁହିଁ ଅବସ୍ଥାରେ ତମ୍ବୁ ଲଗାଇଛନ୍ତି। ତେବେ ସୂଚନାନୁସାରେ, ଚୀନ୍ ସୈନିକମାନେ ସେମାନଙ୍କ ସୀମା ମଧ୍ୟରେ ଓ ଭାରତୀୟ ସୈନିକମାନେ ମଧ୍ୟ ସେମାନଙ୍କ ସୀମା ମଧ୍ୟରେ ଅଛନ୍ତି। ଭାରତର ସଡକ ଓ ସାମରିକ ଭିତ୍ତିଭୂମି ପ୍ରକଳ୍ପକୁ ବିରୋଧ କରୁଥିବା ଚୀନ ନିଜର ସାମରିକ ବ୍ୟାରିକେଡ୍ ଲଗାଇଛି। ଏଥି ସହିତ ପ୍ରତିଶୋଧ ନେବାକୁ ମଧ୍ୟ ସମାନ ସଂଖ୍ୟକ ଭାରତୀୟ ସୈନିକ କିଛି ଦୂରରେ ତମ୍ବୁ ଲଗାଇ ନିୟୋଜିତ ହୋଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.