ETV Bharat / bharat

ଭୁଲ ହୋଇଗଲା ଶାହାଙ୍କ ଅଙ୍କ; 30 ବର୍ଷ ଅଭିଜ୍ଞତାକୁ ‘ଝାଡୁ ମାଡ’

author img

By

Published : Feb 11, 2020, 9:47 PM IST

ଆସିଛି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳ । କ୍ଷମତା ବଜାୟ ରଖିଛି ଶାସକ ଆମ ଆଦମୀ ପାର୍ଟି(ଆପ୍‌) । ବନବାସ ବୃଦ୍ଧି କରିଛି ଗୈରିକ ଦଳ । ମୂଳପୋଛ ହୋଇଗଲା ହାତ । ଆଧୁନିକ ଚାଣକ୍ୟଙ୍କ ସବୁ ଅଙ୍କ ଫେଲ ମାରିଗଲା । ଧିରେ ଧିରେ କଂଗ୍ରେସ ମୁକ୍ତ ବଦଳରେ ଭାଜପା ମୁକ୍ତ ହେଉଛି ବିଜେପି । କଣ ଥିଲା ଅମିତ ଶାହାଙ୍କ ଅଙ୍କ । କାହିଁକି ଫେଲ ମାରିଲେ ତାଙ୍କ ରଣନୀତି । ପଢନ୍ତୁ ସଂପୂର୍ଣ୍ଣ ଖବର...

amit saha leadership
amit saha leadership

ନୂଆଦିଲ୍ଲୀ: ଫେବୃୟାରୀ 11 । ଆସିଛି ଦିଲ୍ଲୀ ବିଧାନସଭାର ନିର୍ବାଚନ ଫଳ । ସବୁ ଆଶା, ଆକାଂକ୍ଷା ଆକଳନକୁ ପଛରେ ପକାଇ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ଲଗାତାର କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ତମାମ ପ୍ରାୟସ ସତ୍ବେ ଗୈରିକ ଦଳର ବନବାସ ଆଉ ପାଞ୍ଚବର୍ଷ ବୃଦ୍ଧି ହୋଇଛି । ଦେଶର ପୁରାତନ ରାଜନୀତିକ ଦଳ ଦିଲ୍ଲୀରେ ନିଜର ପୂର୍ବ ପ୍ରଦର୍ଶନ ବଜାୟ ରଖିବାରେ ସଫଳ ହୋଇଛି । ଏପରିକି କଂଗ୍ରେସ ପ୍ରତିପକ୍ଷଙ୍କ ସହ ପ୍ରତିଦ୍ବନ୍ଦିତା ପରିବର୍ତ୍ତେ ନୋଟା ସହ ଲଢେଇ କରୁଥିଲା ।

ଦିଲ୍ଲୀ ବିଧାନସଭା ଦଖଲ ପାଇଁ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖୀ ପ୍ରତିଦ୍ବନ୍ଦିତା ହେଉଥିଲା । ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସ୍ବାଧିନତା ସଂଗ୍ରାମୀ ଆନ୍ନା ହଜାରେଙ୍କ ଜନ ଲୋକପାଳ ଆନ୍ଦୋଳନରେ ଅରବିନ୍ଦ କେଜ୍ରିୱାଲ ସାମିଲ ହୋଇ ପରବର୍ତ୍ତୀ ସମୟରେ ରାଜନୈତିକ ଦଳ ଗଢି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ସେତେବେଳେ ଅରବିନ୍ଦଙ୍କ ଯୁକ୍ତି ଥିଲା ଦେଶରୁ ଦୂର୍ନୀତି ମୂଳପୋଛ କରିବାକୁ ହେଲେ ରାଜନୀତିରେ ପ୍ରବେଶ କରିବା ଜୁରୁରୀ । ଯେଉଁଥିପାଇଁ ସେ ଆମ ଆଦମୀ ଦଳ ପ୍ରତିଷ୍ଠା କରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରବେଶ କରିଥିଲେ । ପ୍ରଥମ ପ୍ରୟାସରେ ଦଳ ସଫଳ ହୋଇ 49 ଦିନିଆ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ 2015 ମସିହାରେ ନିଜ ଦମରେ କେଜ୍ରିୱାଲ 70 ଆସନରୁ 67 ଆସନରେ ବିଜୟୀ ହୋଇ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିଥିଲେ । ପୂରା ପାଞ୍ଚବର୍ଷ ଶାସନ କରି ଏବେ ତୃତୀୟ ଥର କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

କେନ୍ଦ୍ରରେ କ୍ଷମତାସୀନ ବିଜେପି 21 ବର୍ଷଧରି ଦିଲ୍ଲୀ ଶାସନ ଗାଦିରୁ ବାହାରେ ରହିବା ପରେ ଚଳିତ ନିର୍ବାଚନରେ ଦିଲ୍ଲୀ ଦଖଲ ପାଇଁ ଆରମ୍ଭ କରିଥିଲା ସ୍ବତନ୍ତ୍ର ଅଭିଯାନ । ଯଦିଓ ପୁରା ପାଞ୍ଚବର୍ଷରେ କେଜ୍ରିୱାଲ ସରକାରଙ୍କ ସହ ବିଜେପି ମୁହାଁମୁହିଁ ହୋଇଥିଲା ତଥାପି ଚଳିତ ନିର୍ବାଚନର ଯଥେଷ୍ଟ ପୂର୍ବରୁ କ୍ଷମତା ଦଖଲ ପାଇଁ ଦଳ କୌଣସି ସୁଯୋଗ ହାତ ଛଡା କରିନଥିଲା । ଦିଲ୍ଲୀ ନିର୍ବାଚନ ଘୋଷଣା ହେବାମାତ୍ରେ ଦଳ ଆରମ୍ଭ କରିଥିଲା ହାଇଟେକ ପ୍ରଚାର ଅଭିଯାନ । ଦଳର ବିଗ ବିଗ୍ରେଡିୟରଙ୍କ ସମେତ ସାରା ଦେଶରୁ ପୁରା ପାଞ୍ଚଶହରୁ ଉର୍ଦ୍ଧ୍ବ ନେତା ଦିଲ୍ଲୀରେ ଡେରାପକାଇ ପ୍ରଚାର କଲେ । ଆଉ ଏହାର ନେତୃତ୍ବ ନେଲେ ଖୋଦ ଦଳର ଚାଣକ୍ୟ ଅମିତ ଶାହା । ଯାହାଙ୍କର ଦକ୍ଷ ଗୋଟି ଚାଳନା ସଫଳ ରଣନୀତି ଆଗରେ ସବୁ ଦଳର ହିସାବ କିତାବ ଫିକା ପଡିଯାଏ । ଦଳ ଦିଲ୍ଲୀବାସୀଙ୍କ ଦିଲ୍ ଜିତିବା ପାଇଁ ଘର ଘର ବୁଲି ଆରମ୍ଭ କଲା ‘ଆପ ଦେଶ ବଦଲ୍‌ଦିଆ, ଅବ୍‌ ବଦଲାଓ ଦିଲ୍ଲୀ ଅଭିଯାନ’

ଆଉ ଶାହାଙ୍କର ଏହି ମେଗା ପ୍ରଚାର ରଥର ସୈନ୍ୟ ସାମନ୍ତ ସାଜିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ, 6 ଜଣ ମୁଖ୍ୟମନ୍ତ୍ରୀ, 50ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ମନ୍ତ୍ରୀ, 100ରୁ ଅଧିକ ଦଳୀୟ ସାଂସଦ, 3ଶହରୁ ଉର୍ଦ୍ଧ୍ବ ବିଧାୟକ, ସମସ୍ତ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ଛାମୁଆ ସଙ୍ଗଠନ, ବିଭିନ୍ନ ମୋର୍ଚ୍ଚାର ନେତା । ଆଉ ଏହି ବିରାଟ ସୈନ୍ୟ ସାମନ୍ତଙ୍କୁ ଶକ୍ତି ଯୋଗାଇଥିଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାହାଙ୍କ ରଣନୀତି ଅନୁଯାୟୀ ଗୋଟିଏ ପରେ ଗୋଟିଏ ବଡ ବଡ ସମାବେଶ, ରୋଡଶୋ, ରାଲି, ଆୟୋଜନ ହେଲା । ଏତତ ବ୍ୟତୀତ ସାମାଜିତ ଗଣମାଧ୍ୟମରେ ଦଳ ପୁରା ଛାଇ ଗଲା । ଏତିକିରେ ଦଳ ଅଟକିଲା ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଚାର ମୈଦାନକୁ ଆଣିଲା ଦଳ । ଯୋଜନାବଦ୍ଧ ରଣନୀତି କରି ମୋଦିଙ୍କ ସଭାରେ ଲକ୍ଷଲକ୍ଷ ଲୋକଙ୍କୁ ସାମିଲ କରି ଶକ୍ତି ପ୍ରଦର୍ଶନ କଲା ।

ଶେଷରେ ଦେଶର ରାଜଧାନୀରେ ପଦ୍ମ ଫୁଟାଇବା ପାଇଁ ଦଳ ଯେଉଁ ରଣନୀତି ଆପଣାଇଥିଲା ସବୁ ଆପର ଝାଡୁ ମାଡରେ ସଫା ହୋଇଗଲା । ଚାଣକ୍ୟ ଅମିତ ଶାହାଙ୍କ 40 ବର୍ଷ ଅଭିଜ୍ଞତା ଆଗରେ କେଜ୍ରିୱାଲ ଭାରି ପଡିଲେ । ଦଳ ଯଦିଓ ଭୋଟ ପ୍ରତିଶତ ବଢାଇବାରେ ସଫଳ ହୋଇଛି କିନ୍ତୁ ସରକାର ଗଠନ ପାଇଁ ସ୍ବପ୍ନ ଦେଖୁଥିବା ଦଳ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ।

ଆଧୁନିକ ରାଜନୀତିର ଚାଣକ୍ୟ ଉପାଧି ପାଇଥିବା ଅମିତ ଶାହା ଯେ ବିଫଳ ରଣନୀତିକାର ଏହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । 2019 ସାଧାରଣ ନିର୍ବାଚନ ପରେ ବିଧାନସଭା ନିର୍ବାଚନ ହୋଇଥିବା ମହାରାଷ୍ଟ୍ର, ହରିୟାଣ, ଝାଡଖଣ୍ଡ ଆଉ ଏବେ ଦିଲ୍ଲୀରେ ଶାହାଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଛି । ଯଦିଓ ମହାରାଷ୍ଟ୍ର ଓ ହରିୟାଣାରେ ଦଳ ସଫଳତା ପାଇଥିଲା ହେଲେ ଶାହା କଷିଥିବା ଅଙ୍କ ଠାରୁ ପଛରେ ପଡିଥିଲା । ଫଳ ସ୍ବରୂପ ଦଳ 2 ଟି ରାଜ୍ୟରେ କ୍ଷମତା ହରାଇଲା । ଆଉ ଏହି ସବୁ ରାଜ୍ୟରୁ କ୍ଷମତା ହରାଇବା ପରେ ଦଳ ଦିଲ୍ଲୀ ଦଖଲ କରି ନିଜ ପୀଡାରେ ବାଲି ସେକ ଦେବାକୁ ଯୋଜନା କରିଥିଲା । ହେଲେ ଶାହାଙ୍କ ଗଣିତ ପୁଣି ଥରେ ଫେଲ ମାରିଲା ।

ବର୍ତ୍ତମାନ ଶାହାଙ୍କ ଦକ୍ଷତା, ରଣନୀତି, ନିର୍ବାଚନ ପରିଚାଳନାକୁ ନେଇ ରାଜନୈତିକ ପଣ୍ଡିତ ପ୍ରଶ୍ନ ଉଠାଇଲେଣି । ଶାହା ଯେ, ମଧ୍ୟ ନିର୍ବାଚନ ରଣନୀତିରେ ଫେଲ ମାରନ୍ତି ତାହା ପ୍ରମାଣିତ ହେବାରେ ଲାଗିଛି । ନିକଟ ଭବିଷ୍ୟତରେ କୌଣସି ରାଜ୍ୟରେ ନିର୍ବାଚନ ନାହିଁ। ହେଲେ ଚଳିତ ବର୍ଷ ଶେଷ ଆଡକୁ ବିହାର ଓ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ନିର୍ବାଚନ ହେବ । ଆଉ ଏହି 3 ରାଜ୍ୟରେ କେବଳ ବିହାରକୁ ଛାଡିଦେଲେ ଅନ୍ୟ ଦୁଇ ପ୍ରଦେଶରେ ଦଳର ସଙ୍ଗଠନ ଏତେ ଶକ୍ତିଶାଳୀ ନାହିଁ । ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ଶାହା ଯେଉଁ ରଚନା ରଚିଛନ୍ତି ଯଦି ଏହି ରଣନୀତି ଶାହା ଜାରି ରଖନ୍ତି ସେ ନିଜେ ହିଁ ନିଜ ପରିଚୟ ହଜାଇ ଦେବେ । ଯେଉଁ କଂଗ୍ରେସ ମୁକ୍ତ ନାରା ଦେଇ ଶାହା କଂଗ୍ରେସକୁ ମୂଳପୋଛ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ ସେହି ନାରାରେ ବିଜେପି ମୁକ୍ତ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଆଗମୀ 3 ବର୍ଷ ମଧ୍ୟରେ ବିଜେପି ଶାସିତ 3 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଆଉ ସେହି ସମୟରେ ବିଜେପି ଚାଣକ୍ୟଙ୍କ ଭୂମିକା କଣ ରହିବ ଆଉ ସେ ଦଳକୁ କେତେ ସଫଳତା ଦେବେ ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.