ETV Bharat / bharat

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ଅରବିନ୍ଦ କେଜ୍ରିଓ୍ବାଲ - home minister amit shah

ଦିଲ୍ଲୀରେ ସରକାର ଗଠନ ହେବାପରେ ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ନର୍ଥ ବ୍ଲକରେ ହୋଇଛି ଶାହ ଓ କେଜ୍ରିଓ୍ବାଲଙ୍କ ବୈଠକ । ଅଧିକ ପଢନ୍ତୁ...

arvind-kejriwalଗୃହମନ୍ତ୍ରୀ ଅମିତ ଶହାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
ଶାହ-କେଜ୍ରିୱାଲଗୃହମନ୍ତ୍ରୀ ଅମିତ ଶହାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ
author img

By

Published : Feb 19, 2020, 2:14 PM IST

Updated : Feb 19, 2020, 4:45 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ଗଠନ ହେବାପରେ ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କେଜ୍ରିୱାଲଙ୍କର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏହା ପ୍ରଥମ ଔପଚାରିକ ସାକ୍ଷାତକାର । ସେମାନଙ୍କର ଏହି ବୈଠକ ଦିଲ୍ଲୀର ନର୍ଥ ବ୍ଲକରେ ହୋଇଛି ।

ଗୃହମନ୍ତ୍ରୀ ଅମିତ ଶହାଙ୍କୁ ଭେଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଦିଲ୍ଲୀର 70 ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆମ ଆଦମି ପାର୍ଟି 68ଟି ଆସନ ହାସଲ କରି ପୁଣିଥରେ ସରକାର ଗଢିବାରେ ସକ୍ଷମ ହୋଇଥିଲା । ସେପଟେ ବିଜେପି ହାତକୁ ମାତ୍ର 8ଟି ଆସନ ଆସିଥିବା ବେଳେ କଂଗ୍ରେସ ଖାତା ଖୋଲିବାରେ ମଧ୍ୟ ସକ୍ଷମ ହୋଇନଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ଆପ ଏବଂ ବିଜେପି ନେତା ପରସ୍ପର ବିରୋଧରେ ବୟାନବାଜି କରିଥିଲେ । କିନ୍ତୁ ନିର୍ବାଚନ ଜିତିବା ପରେ କେଜ୍ରିୱାଲଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ନିଜ ଶପଥ ଗ୍ରହଣ ସମାରୋହରେ ଦେଇଥିବା ଭାଷଣରେ ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆଶିର୍ବାଦ ଭିକ୍ଷା କରିଥିଲେ ।

@ANI

Last Updated : Feb 19, 2020, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.