ETV Bharat / bharat

ଲୋକଙ୍କ ପାଇଁ 11 ଘଣ୍ଟା ପାଦଚଲା ରାସ୍ତା ଅତିକ୍ରମ କଲେ ଅରୁଣାଚଳପ୍ରଦେଶ ସିଏମ

ମୁଖ୍ୟମନ୍ତ୍ରୀ ପୋମା ଖଣ୍ଡୁ ଟ୍ୱିଟ୍ କରି କହିଛନ୍ତି ଯେ, 16,000 ଫୁଟ ଉଚ୍ଚର କର୍ପୁ-ଲା ପାହାଡ ପାର ହୋଇ 14 ହଜାର 500 ଫୁଟ ଉଚ୍ଚରେ ଅବସ୍ଥିତ ଲୁଗୁଥାଙ୍ଗ ଗାଁକୁ ଯାତ୍ରା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ଅଧିକ ପଢନ୍ତୁ...

ଲୋକଙ୍କୁ ଭେଟିବାକୁ 11 ଘଣ୍ଟାର ପଦଚଲା ରାସ୍ତା ଅତିକ୍ରମ କଲେ ଅରୁଣାଚଳପ୍ରଦେଶ ସିଏମ

author img

By

Published : Sep 12, 2020, 10:27 AM IST

ଇଟାନଗର: ଲୋକଙ୍କ ଦୁଃଖ ବୁଝିବାକୁ ଲୋକଙ୍କ ରାସ୍ତାରେ ଚାଲି ଚାଲି କଲେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ । 24 କିମି ରାସ୍ତାରେ ଦୀର୍ଘ 11 ଘଣ୍ଟା ଚାଲିବା ପରେ ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ଏକ ଗାଁରେ ପହଞ୍ଚିଥିଲେ । 41 ବର୍ଷୀୟ ପୋମା ଖାଣ୍ଡୁ ଜଙ୍ଗଲ ଓ ପାହାଡ ରାସ୍ତା ଅତିକ୍ରମ କରି ତୱାଙ୍ଗ ଜିଲ୍ଲାରୁ 97 କିମି ଦୂର ଲୁଗୁଥାଙ୍ଗ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରିବୁଝିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ପୋମା ଖାଣ୍ଡୁ ତୱାଙ୍ଗ ଜିଲ୍ଲାରେ ନିଜ ବିଧାନସଭା କ୍ଷେତ୍ର ମୁକଟୋ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ସୁଦୂର ଗାଁର ଗ୍ରାମବାସୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, 16 ହଜାର ଫୁଟ ଉଚ୍ଚତା କର୍ପୁ-ଲା ପାହାଡକୁ ଅତିକ୍ରମ କରି 14 ହଜାର 500 ଫୁଟ ଉଚ୍ଚା ସ୍ଥିତ ଲୁଗୁତାଙ୍ଗ ଯାତ୍ରା ଅତ୍ୟନ୍ତ କଠିନ ରହିଥିଲା, ଏହି ଗାଁ ସମୁଦ୍ର କୂଳ ଠାରୁ 14500 ଫୁଟ ଉପରେ ରହିଛି । 10ଟି ଘରର 50 ଜଣ ବସବାସ କରନ୍ତି ।

24 କିଲୋମିଟର ଯାତ୍ରା କରିବା ପରେ ଲୁଗୁଥାଙ୍ଗରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ପରବର୍ତ୍ତୀ ଟୁଇଟ୍‌ରେ ଲେଖିଛନ୍ତି- “ସୁଦୂର ଗାଁର ଲୋକଙ୍କ ପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସୁନିଶ୍ଚିତ କରିବା ପାଇଁ, ଲୁଗୁଥାଙ୍ଗ ଗାଁର ଲୋକଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଗାଁକୁ ରାସ୍ତାରେ ଯାତ୍ରା କରିବା କଷ୍ଟକର । ହେଲେ ଏହା ଏକ ଚମତ୍କାର ଯାତ୍ରା କାରଣ ଗାଁରେ ପହଞ୍ଚିବା ପାଇଁ କର୍ପୁ-ଲା ପର୍ବତ ଏବଂ ଅନେକ ପ୍ରାକୃତିକ ହ୍ରଦ ଅତିକ୍ରମ କରିବାକୁ ପଡିବ ।

ତାଙ୍ଗଙ୍ଗ ବିଧାୟକ ତର୍ସିଙ୍ଗ ତାସିଙ୍କ ସହ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ତାୱାଙ୍ଗ ମଠର ଗ୍ରାମବାସୀ ତଥା ଭିକ୍ଷୁମାନେ ମଧ୍ୟ ପରଦିନ ଜାଙ୍ଗଚୁପ ସ୍ତୁପାଙ୍କ ଉତ୍ସର୍ଗରେ ଭାଗ ନେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.