ଇଟ୍ଟାନଗର: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି ମାରାତ୍ମକ କୋରୋନା ଭାଇରସ । ଏହି ଭାଇରସକୁ ନେଇ ଭାରତରେ ମଧ୍ୟ କୋକୁଆ ଭୟ ଖେଳିଯାଇଥିବା ବେଳେ ଅରୁଣାଚଳ ପ୍ରଦେଶରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ।
ଅରୁଣାଚଳ ପ୍ରଦେଶର ଏକ ମହିଳା ଅଧିକାରୀ ତାଙ୍କ ବାଥ ରୁମରେ ଆତ୍ମହତ୍ୟା କରିଛନ୍ତି । ମହିଳା ସଦସ୍ୟଙ୍କ ପରିବାରର କହିବା ଅନୁଯାୟୀ, କୋରୋନା ଭାଇରସ ସଙ୍କଟ ସମୟରେ ସେ ଅଧିକ କାମ କରୁଥିବା ସହ କୋରୋନା ସଂକ୍ରମଣ ଡର ମଧ୍ୟ ଥିଲା । ଏଥିସହ କୋରୋନା କାରଣରୁ ତାଙ୍କ ଉପରେ ଶାରୀରିକ ଏବଂ ମାନସିକ ଚାପ ପଡୁଥିଲା ।
ପୋଲିସ ଅଧିକାରୀ ତୁମେ ଏମ୍ମିଙ୍କ କହିବା ଅନୁଯାୟୀ, ଅରୁଣାଚଳର ପାପୁନ ପାରେ ଅଞ୍ଚଳରେ ଆପଦା ପ୍ରବନ୍ଧକ ଅଧିକାରୀ ଶେରିଙ୍ଗ୍ ୟୁଙ୍ଗଜୋମ ଜିଲ୍ଲା ଅଧିକାରୀଙ୍କୁ ଏକ ଅଧା ଚିଠି ଲେଖି ବାଥ ରୁମରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି ।