ନୂଆଦିଲ୍ଲୀ: ସାରା ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏ ପରିସ୍ଥିତିରେ ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଟ୍ବିଟ କରି ଲେଖିଛନ୍ତି ଯେ ମୁଁ କୋଭିଡ ପରୀକ୍ଷା RT-PCR କରାଇଥିବାବେଳେ ରିପୋର୍ଟ ପଜିଟିଭ ଆସିଛି | ହେଲେ ସୁସ୍ଥ ଅନୁଭବ କରୁଛି | ତଥାପି, କୋରୋନା ଗାଇଡଲାଇନ ଓ ଅନ୍ୟମାନଙ୍କର ନିରାପତ୍ତା ଅନୁଯାୟୀ ଆଇସୋଲେସନରେ ରହିଛି । ଗତ କିଛିଦିନରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ଖାଣ୍ଡୁ ।
ବର୍ତ୍ତମାନ ନୂଆଦିଲ୍ଲୀରେ ଥିବା 41 ବର୍ଷୀୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଚୌନା ମେନ୍, ଅରୁଣାଚଳପ୍ରଦେଶ ପୂର୍ବତନ ସାଂସଦ ତାପିର ଗାଓ ଏବଂ ମୁଖ୍ୟ ଶାସନ ସଚିବ ନରେଶ କୁମାର ଯୋଗ ଦେଇଥିଲେ ।