ETV Bharat / bharat

ମୋଦିଙ୍କ ସହ ଆଲୋଚନା ପରେ ନିଜ ଟ୍ବିଟ ହଟାଇଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ - ନିଜ ଟ୍ବିଟକୁ ନିଜେ ହଟାଇଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏକ ଟ୍ବିଟ୍‌ କରିଥିଲେ । କିନ୍ତୁ ପରେ ସେ ଉକ୍ତ ପୋଷ୍ଟକୁ ଡିଲିଟ କରି ଏକ ସାଧାରଣ ପ୍ରତିକ୍ରିୟା ରଖିଥିଲେ ।

Arunachal cm pema khandu delete tweet on lockdown ending post
ମୋଦିଙ୍କ ସହ ଆଲୋଚନା ପରେ ନିଜ ଟ୍ବିଟକୁ ନିଜେ ହଟାଇଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ
author img

By

Published : Apr 2, 2020, 6:54 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ।

Arunachal cm pema khandu delete tweet on lockdown ending post
ମୋଦିଙ୍କ ସହ ଆଲୋଚନା ପରେ ନିଜ ଟ୍ବିଟକୁ ନିଜେ ହଟାଇଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏକ ଟ୍ବଟ୍‌ କରିଥିଲେ । ଉକ୍ତ ପୋଷ୍ଟରେ ସେ ଏପ୍ରିଲ 15ରେ ଲକଡାଉନ ପ୍ରତ୍ୟାହାର ନେଇ ଉଲ୍ଲେଖ କରିଥିଲେ । ଏହା ସହ ସେ ଲେଖିଥିଲେ ଯେ, ଏପ୍ରିଲ 15ରେ ଲକଡାଉନ ସମ୍ପୂର୍ଣ୍ଣ ହେବ । କିନ୍ତୁ ଏହାର ମାନେ ନୁହେଁ ଯେ ଲୋକେ ପୂର୍ବ ଭଳି ରାସ୍ତାରେ ବୁଲିବେ । କୋରୋନା ଭାଇରସର ପ୍ରତିହତ ପାଇଁ ସମସ୍ତଙ୍କୁ ଏହାର ଦାୟିତ୍ବ ନିଜ ହାତକୁ ନେବାକୁ ପଡିବ । ଲକଡାଉନ ଏବଂ ସାମାଜିକ ଦୂରତ୍ବ ଏହା ଭୂତାଣୁକୁ ଶେଷ କରିବାର ଏକମାତ୍ର ଉପାୟ । କିନ୍ତୁ ପରେ ସେ ଉକ୍ତ ପୋଷ୍ଟକୁ ହଟାଇ ଏକ ସାଧାରଣ ପ୍ରତିକ୍ରିୟା ରଖିଥିଲେ ।

ଯେଉଁଥିରେ ସେ ଲେଖିଥିଲେ ଯେ, ଲକଡାଉନକୁ ନେଇ ପୋଷ୍ଟ କରାଯାଇଥିବା ପ୍ରଥମ ଟ୍ବିଟ ଜଣେ ଅଫିସର କରିଥିଲେ । ତାଙ୍କର ହିନ୍ଦୀ ଭାଷାରେ ଜ୍ଞାନ ଗୋଟିଏ ସୀମା ପର୍ଯ୍ୟନ୍ତ ରହିଛି । ଯେଉଁକାରଣରୁ ଉକ୍ତ ଟ୍ବିଟକୁ ହଟାଇ ଦିଆଗଲା ।

ସୂଚନାଯୋଗ୍ୟ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ କୋରୋନା ଭାଇରସ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଚର୍ଚ୍ଚା ହୋଇଥିଲା । ମୋଦି ଦ୍ବିତୀୟ ଥର ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନା ଭାଇରସ ଉପରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.