ETV Bharat / bharat

ଆତଙ୍କବାଦୀଙ୍କ ସହିତ ଧରାପଡିଥିବା ଡିଏସପି ଦାଭିନ୍ଦର ସିଂ ନିଲମ୍ବିତ

author img

By

Published : Jan 14, 2020, 9:25 AM IST

ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଧରାପଡିଥିବା ଡିଏସପି ଦାଭିନ୍ଦର ସିଂଙ୍କୁ ନିଲମ୍ବିତ କରାଯାଇଛି । ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ବୀରତା ପୁରସ୍କାର ମଧ୍ୟ ଫେରାଇ ନିଆଯିବ । ଅଧିକ ପଢନ୍ତୁ...

arrested-dsp-davinder-singh-suspended-and-bravery-medal-can-be-withdraw
ଆତଙ୍କବାଦୀଙ୍କ ସହିତ ଧରାପଡିଥିବା ଡିଏସପି ଦାଭିନ୍ଦର ସିଂ ନିଲମ୍ବିତ

ଶ୍ରୀନଗର: ଆତଙ୍କବାଦୀଙ୍କ ସହିତ ଧରାପଡିଥିବା ଡିଏସପି ଦାଭିନ୍ଦର ସିଂଙ୍କୁ ନିଲମ୍ବିତ କରାଯାଇଛି । ଗତ 11 ତାରିଖ ଦିନ ଜମ୍ମୁକାଶ୍ମୀର ପୋଲିସ ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଡିଏସପି ଓ 2 ଜଣ ହିଜବୁଲ ମୁଜାହାଦ୍ଦିନ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ପୋଲିସ ହାତରେ ଧରାପଡିଥିବା ଡିଏସପି ଜଣକ ହେଉଛନ୍ତି ଦାଭିନ୍ଦର ସିଂ। ସେ ଜମ୍ମୁ କାଶ୍ମୀର ପୋଲିସରେ ଅପହରଣ ବିରୋଧି ଆଣ୍ଟିସ୍କାର୍ଡରେ ଶ୍ରୀନଗର ବିମାନବନ୍ଦର ଠାରେ ନିୟୋଜିତ ଥିଲେ ।

ଦକ୍ଷିଣ କାଶ୍ମୀରରେ ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ କାରରେ ଯାତ୍ରା କରୁଥିବା ସମୟରେ ହିଜବୁଲ କମାଣ୍ଡର ନବିଦ ବାବୁ ସହିତ ତାଙ୍କୁ ଗିରଫ କରାଯାଇଛି । ଏ ଘଟଣାର ତଦନ୍ତ ପାଇଁ ବିମାନବନ୍ଦରସ୍ଥିତ ତାଙ୍କ କାର୍ଯ୍ୟାଳୟ ଏବଂ ଘରକୁ ସିଲ କରାଯାଇଛି । ତାଙ୍କ ଘରୁ ଏକେ-47 ରାଇଫଲ ଓ ଦୁଇଟି ପିସ୍ତଲ ସହ କିଛି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ପ୍ରାୟ 48 ଘଣ୍ଟାରୁ ଅଧିକ ସମୟ ପୋଲିସ ହେପାଜତରେ ରହିଥିବା ଡିଏସପିଙ୍କୁ ପଦରୁ ନିଲମ୍ବନ କରାଯାଇଛି ।

ଡିଏସପିରୁ ଏସପିକୁ ପଦୋନ୍ନତି ପାଇଁ ତାଙ୍କ ନାଁ ସୁପାରିଶ କରାଯାଇଥିଲା । ହେଲେ ଆତଙ୍କବାଦୀଙ୍କ ସହିତ ସାମିଲ ହେବା ଅଭିଯୋଗରେ ଗିରଫ ହୋଇଥିବା ଯୋଗୁଁ ତାଙ୍କୁ ମିଳିତିବା ବୀରତା ପୁରସ୍କାର ମଧ୍ୟ ଫେରାଇ ନିଆଯିବ । ଏ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଦିଆଯାଇଛି । ଗିରଫ ଡିଏସପିଙ୍କୁ ଗୁଇନ୍ଦା ସଂସ୍ଥା, ଇଣ୍ଟେଲେଜେନ୍ସି ବ୍ୟୁରୋ(ଆଇବି) ଓ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର) ପକ୍ଷରୁ ପଚରାଉଚରା କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.