ଶ୍ରୀନଗର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିଆଯାଉଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହିକ୍ରମରେ କାଶ୍ମୀରରେ ନିର୍ବାଚନ ଲଢୁଥିବା ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ 400 ସରୁକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆତଙ୍କବାଦୀ ଆକ୍ରମଣ, ଅସ୍ତ୍ରବିରତି ଉଲଂଘନ ଏବଂ ଅନ୍ୟାନ୍ୟ କେତେକ କାରଣକୁ ନେଇ ଆଶାନ୍ତ ରହିଛି କାଶ୍ମୀର ।
ପୁଲୱାମା ଆକ୍ରମଣ ପରେ ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ 900 ଲୋକଙ୍କ ସୁରକ୍ଷାକୁ ହଟାଇ ଏକ ବିବାଦୀୟ ହୋଇ ପଡିଥିଲେ । ଯାହାକୁ ନେଇ ଖପ୍ପା ହୋଇ ଉଠିଥିଲେ କାଶ୍ମୀରର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ।
ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି କାଶ୍ମୀରରେ ନିର୍ବାଚନ ଲଢୁଥିବା ବିଭିନ୍ନ ଦଳର ରାଜନେତା ନିଜର ସୁରକ୍ଷାକୁ ନେଇ ନିର୍ବାଚନ ଆୟୋଗଙ୍କ ଠାରେ ଅଭିଯୋଗ କରିଛନ୍ତି । ଏହାକୁ ଗୁରୁତର ସହ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ କାଶ୍ମୀରରେ ଗତବର୍ଷଠାରୁ ରାଷ୍ଟ୍ରପତି ଶାସନ ଆରମ୍ଭ ହୋଇଛି । ଜମ୍ମୁକାଶ୍ମୀରରେ ଷଷ୍ଠ ଓ ପଞ୍ଚମ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାସହ ମେ 23 ରେ ଫଳାଫଳ ପ୍ରକାଶ ପାଇବ ।