ETV Bharat / bharat

ଲଦାଖରେ ଚୀନକୁ କଡା ଟକ୍କର ଦେବାକୁ ଭାରତର ନୂଆ ପ୍ଲାନ

ଅତ୍ୟଧିକ ଶୀତରେ ଚୀନକୁ କଡା ଟକ୍କର ଦେବା ପାଇଁ ପୂର୍ବ ଲଦାଖ ସେକ୍ଟରରେ ଏକ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ଭାରତୀୟ ସେନା ଯବାନଙ୍କୁ ନିୟୋଜିତ କରିଛି । ଯେଉଁମାନେ ପୂର୍ବରୁ ଉଚ୍ଚତା ଏବଂ ଶୀତ ଅଞ୍ଚଳରେ କାର୍ଯ୍ୟ କରିସାରିଛନ୍ତି ।

ଲଦାଖ ସେକ୍ଟରରେ ଚୀନକୁ କଡା ଟକ୍କର ଦେବାକୁ ଭାରତର ନୂଆ ପ୍ଲାନ

author img

By

Published : Jul 30, 2020, 5:46 PM IST

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ତିକ୍ତତା ଶୀଘ୍ର ଶେଷ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା । କିନ୍ତୁ ତାହା ଏବେ ସମ୍ଭବପର ଲାଗୁନାହିଁ । ଚୀନ ଆକ୍ରୋଶର ଜବାବ ଦେବା ପାଇଁ ଭାରତ ସୀମାରେ 35 ହଜାର ସୈନ୍ୟ ବୃଦ୍ଧି କରିଥିବା ଜଣାପଡିଛି । ବ୍ଲୁମବର୍ଗର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ତେବେ ଚୀନ୍ ଅକସାଇ ଚୀନରେ ପ୍ରାୟ 50,000 ସୈନ୍ୟ ମୁତୟନ କରିବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ତେବେ ଅତ୍ୟଧିକ ଶୀତରେ ଚୀନକୁ କଡା ଟକ୍କର ଦେବା ପାଇଁ ପୂର୍ବ ଲଦାଖ ସେକ୍ଟରରେ ଏକ ଦୀର୍ଘ ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ଭାରତୀୟ ସେନା ଏହି ଯବାନଙ୍କୁ ନିୟୋଜିତ କରିଛି । ଯେଉଁମାନେ ପୂର୍ବରୁ ଉଚ୍ଚତା ଏବଂ ଶୀତ ଅଞ୍ଚଳରେ କାର୍ଯ୍ୟ କରିସାରିଛନ୍ତି । ସେଠାରେ ନିୟୋଜିତ ଭାରତୀୟ ସୈନ୍ୟମାନେ ସେଠାକାର ଶୀତଳ ପାଣିପାଗ ଏବଂ ଭୂଖଣ୍ଡର ମୁକାବିଲା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିୟୋଜିତ ଚୀନ ସୈନ୍ୟମାନେ ଏଭଳି ପାଣିପାଗର ଅଭ୍ୟସ୍ତ ନୁହଁନ୍ତି । ଯାହା ସେମାନଙ୍କ ପାଇଁ କଷ୍ଟ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ସେଠାରେ ନିୟୋଜିତ ଭାରତୀୟ ସୈନିକମାନେ ସିଆଚେନ୍, ପୂର୍ବ ଲଦାଖ କିମ୍ବା ଉତ୍ତର ପୂର୍ବରେ କାର୍ଯ୍ୟ କରିସାରିଛନ୍ତି । ତେଣୁ ସେମାନେ ସେଠାରେ ଅଧିକ ସମୟ ନିୟୋଜନ ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

ତେବେ ଭାରତୀୟ ସେନାର ମୁକାବିଲା ପାଇଁ ନିୟୋଜିତ ଚୀନ ସୈନିକଙ୍କ ମଧ୍ୟରେ ମୁଖ୍ୟତଃ ଏଭଳି ସୈନିକ ଅଛନ୍ତି ଯେଉଁମାନେ 2-3 ବର୍ଷ ପର୍ଯ୍ୟନ୍ତ ଚୀନ ସେନାରେ ଯୋଗ ଦିଅନ୍ତି ଏବଂ ତା’ପରେ ସେମାନେ ସାଧାରଣ ଜୀବନକୁ ଫେରିଯାଆନ୍ତି । କିନ୍ତୁ ଭାରତୀୟ ସେନାଙ୍କ କାର୍ଯ୍ୟକାଳ ସେମାନଙ୍କ ଠାରୁ ଅଧିକ ଥାଏ ।

ତେବେ ପୂର୍ବ ଲଦାଖର ଗଲୱାନ ଘାଟି ସମେତ ଅନେକ ଅଞ୍ଚଳରୁ ପଛକୁ ହଟିବାକୁ ବାଧ୍ୟ ହୋଇଥିବା ଚୀନ ଆକସାଇ ଚୀନରେ ପ୍ରାୟ 50 ହଜାର ସୈନ୍ୟ ନିୟୋଜିତ କରିଛି । ସେପଟେ ଭାରତୀୟ ସେନା ଚୀନର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିଛି।

ଶୀତକାଳୀନ ନିୟୋଜନ ପାଇଁ ଭାରତୀୟ ସେନା ନିକଟରେ ପୂର୍ବରୁ ବହୁ ପରିମାଣର ପୋଷାକ ଏବଂ ସୈନ୍ୟମାନେ ରହିବା ପାଇଁ ବାସସ୍ଥାନ ଉପଲବ୍ଧ ରହିଛି । କାରଣ ଭାରତୀୟ ସେନା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲେସିୟରରେ ନିୟୋଜିତ ରୁହନ୍ତି । ଅତିରିକ୍ତ ଆବଶ୍ୟକତା ପାଇଁ ସେନା ସ୍ୱଦେଶୀ ତଥା ବିଦେଶୀ ବିକ୍ରେତାଙ୍କଠାରୁ ଅତିରିକ୍ତ ତମ୍ବୁ ଅର୍ଡର ଦେବା ପ୍ରକ୍ରିୟାରେ ଅଛି ।

ତେବେ ପୂର୍ବ ଲଦାଖ ଅଞ୍ଚଳରେ ତୁଷାରପାତ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଚୀନ ସେନା ସେଠାରେ ତିଷ୍ଟିବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.