ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ଗତ 6 ମାସରେ 1,248ଥର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ସୂଚନା ଦେଇଛନ୍ତି ।
ରାଜ୍ୟସଭାରେ ବିଜେପି ସାଂସଦ ବିଜୟ ପାଲ ସିଂହ ତୋମାରଙ୍କ ପ୍ରଶ୍ନର ଉତ୍ତରରେ ରାଜନାଥ ସିଂହ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ପକ୍ଷରୁ ଜାନୁଆରୀରେ 203, ଫେବ୍ରୁଆରୀ 215, ମାର୍ଚ୍ଚରେ 267, ଏପ୍ରିଲ 234 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ।
ସେହିଭଳି ମେ ମାସରେ 221 ଏବଂ ଜୁନରେ 108ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରିପୋର୍ଟ ଦେଇଛନ୍ତି ।