ETV Bharat / bharat

ତୁଷାରପାତରେ ଫସିଥିବା 350 ପରିବାରକୁ ରାସନ ଓ ଜରୁରୀ ସାମଗ୍ରୀ ବାଣ୍ଟିଲା ସେନା - 350 ପରିବାରକୁ ଜରୁରୀ କିଟ ବାଣ୍ଟିଲା ଭାରତୀୟ ସେନା

ଜମ୍ମୁ କାଶ୍ମୀର ରାମବାନ୍ ଜିଲ୍ଲାରେ ତୁଷାରପାତ ହେଉଥିବା ଅଞ୍ଚଳରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ବାଣ୍ଟିଲା ଭାରତୀୟ ସେନା । ପଢନ୍ତୁ ଅଧିକ.....

ତୁଷାରପାତରେ ଫସିଥିବା 350 ପରିବାରକୁ ରାସନ ଓ ଜରୁରୀ ସୀମଗ୍ରୀ ବାଣ୍ଟିଲା ସେନା

author img

By

Published : Dec 9, 2020, 6:50 PM IST

ଜମ୍ମୁ: ଜମ୍ମୁ କାଶ୍ମୀରର ରାମବାନ୍ ଜିଲ୍ଲାର ତୁଷାରପାତ ହେଉଥିବା ଡାଗନାରୀ, ବାଞ୍ଜ, ବାଜନ ଏବଂ ମାଲପାଟ୍ଟି ଅଞ୍ଚଳରେ ରହୁଥିବା 350 ପରିବାର ମଧ୍ୟରେ ରାସନ ଏବଂ ମେଡିକାଲ କିଟ୍ ବଣ୍ଟନ କରିଛି ଭାରତୀୟ ସେନା । ଏହା ସହ ମେଡିକାଲ ଏବଂ ପ୍ରାଣୀ ଚିକିତ୍ସା ଶିବିର କରି ମେଡିକାଲ କିଟ ମଧ୍ୟ ବଣ୍ଟନ କରିଛି । ‘କୋରୋନା ମୁକ୍ତ ଆହ୍ବାନ ’ ନାମରେ ଚାଲିଥିବା ଅଭିଯାନରେ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ସେନା । ଏନେଇ ସେନା ମୁଖପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି କିଟ୍ ଉଚ୍ଚସ୍ଥାନରେ ରହୁଥିବା ଲୋକଙ୍କୁ ଜରୁରୀ ଆବଶ୍ୟକତା ଯୋଗାଇବାରେ ସଫଳ ହେବ । ସମ୍ପୃକ୍ତ ଅଞ୍ଚଳ ଗୁଡିକୁ ସଡକ ପଥରେ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ଯୋଗୁ ଏପରି କୋଭିଡ ମହାମାରୀ ସମୟରେ ସେଠାରେ ବସବାସ କରୁଥିବା ଲୋକ ମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ତେଣୁ ଏହି ଅଭିଯାନ ସେମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ସେ ମତ ରଖିଛନ୍ତି ।

ସେନା ପକ୍ଷରୁ ମିଳିଥିବା ସହାୟତା କିଟରେ ଡାଲି, ଚାଉଳ, ଅଟା, ରନ୍ଧନ ତେଲ ଏବଂ ମେଡିକାଲ୍ କିଟ୍ ଗୁଡ଼ିକରେ ସାବୁନ୍, ପୁନଃ ବ୍ୟବହାରଯୋଗ୍ୟ ଫେସ୍ ମାସ୍କ ଓ ସାନିଟାଇଜର ଇତ୍ୟାଦି ଉପଲବ୍ଧ ରହିଛି । ଯାହା ବର୍ତ୍ତମାନ ପରି କରୋନା ସଂକ୍ରମଣ ସ୍ଥିତିରେ ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି କୁହାଯାଉଛି ।

ଲୋକଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନର ସହାୟତାରେ ଏହି ଶିବିର ଆୟୋଜନ କରାଯାଇଥିବା ସେନା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.