ETV Bharat / bharat

‘ଅଚିନ୍ତାରେ ନୂଆବର୍ଷ ପାଳନ୍ତୁ ଦେଶବାସୀ, ଆମେ ସୀମାରେ ସଜାଗ ଅଛୁ’ - ନବବର୍ଷ ସେଲିବ୍ରେସନ

ଆଉ କେଇ ଘଣ୍ଟା ପରେ ସାରା ଦେଶରେ ଆରମ୍ଭ ହେବା ନୂଆବର୍ଷ ପାଇଁ ସେଲିବ୍ରେସନ। ଦେଶବାସୀ କିପରି ସୁବିଧାରେ ନୂଆବର୍ଷ ପାଳିବେ ସେନେଇ ପ୍ରତିଟି ମୁହୂର୍ତ୍ତରେ ସଜାଗ ବର୍ଡର ଲାଇନ ସିକ୍ୟୁରିଟି।

army personnel tighten up security, security on border, new year celebration, ନବବର୍ଷ ସେଲିବ୍ରେସନ, ସୀମାରେ ସୁରକ୍ଷା ବ୍ୟବସ୍ଥା
‘ଅଚିନ୍ତାରେ ନୂଆବର୍ଷ ପାଳନ୍ତୁ ଦେଶବାସୀ, ଆମେ ସୀମାରେ ସଜାଗ ଅଛୁ’
author img

By

Published : Dec 31, 2019, 7:42 PM IST

ହାଇଦ୍ରାବାଦ: ଆଉ କେଇ ଘଣ୍ଟା ପରେ ସାରା ଦେଶରେ ଆରମ୍ଭ ହେବା ନୂଆବର୍ଷ ପାଇଁ ସେଲିବ୍ରେସନ। କିଏ ପରିବାର ସହ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ତ କିଏ ପୁଣି ସାଙ୍ଗଙ୍କ ସହ ବୁଲାବୁଲି କରି ଏହି ମୁହୂର୍ତ୍ତର ମଜା ନେବାକୁ ପ୍ରସ୍ତୁତ। ହେଲେ ଏତେ ସବୁ ଭିତରେ ଆମେ ଭୁଲି ଯାଉଛେ ସେହି ବୀର ଯବାନଙ୍କୁ ଯିଏ ନିଜ ସୁଖ ସୁବିଧା, ଘର ପରିବାର ଛାଡି ସୀମାରେ ଦେଶମାତୃକାର ସେବାରେ ଲାଗିଛନ୍ତି। ଦେଶବାସୀ କିପରି ସୁବିଧାରେ ନୂଆବର୍ଷ ପାଳିବେ ସେନେଇ ପ୍ରତିଟି ମୁହୂର୍ତ୍ତରେ ସଜାଗ ବର୍ଡର ଲାଇନ ସିକ୍ୟୁରିଟି ।

‘ଅଚିନ୍ତାରେ ନୂଆବର୍ଷ ପାଳନ୍ତୁ ଦେଶବାସୀ, ଆମେ ସୀମାରେ ସଜାଗ ଅଛୁ’

ଗୋଟିଏ ପଟେ ନୂଆ ବର୍ଷର ଆଗମନ ପାଇଁ ମନରେ ଉତ୍ସାହ ଅନ୍ୟପଟେ ପ୍ରବଳ ଶୀତର ପ୍ରକୋପରେ ଥରହର ଦେଶବାସୀ । ସକାଳର କୁହୁଡିରେ ଦୃଶ୍ୟତା କମିଯାଉଥିଲେ ବି କମିନି ସୀମାରେ ଯବାନଙ୍କ ପାଟ୍ରୋଲିଂ। ଏପରି ସ୍ଥିତିରେ ସାଙ୍କେତିକ ଭାଷା ଯଥା ହ୍ବିସିଲ ଓ ସିଟି ଆଦି ଦ୍ବାରା ପରସ୍ପର ସହ କଥା ହୋଇଥାନ୍ତି ଯବାନ । ଏନେଇ ଯବାନଙ୍କୁ ପଚରାଯିବାରୁ ସେ କହିଛନ୍ତି କି ଖରା ହେଉ କି ବର୍ଷା ସବୁବେଳେ ସେନା ଦେଶବାସୀଙ୍କ ସେବାରେ ଅଛି।

ଦେଶବାସୀ ଅଚିନ୍ତାରେ କିପରି ନୂଆବର୍ଷ ପାଳନ କରିପାରିବେ ସେଥିପାଇଁ ସୀମାରୁ ଶୁଭେଚ୍ଛାର ବାର୍ତ୍ତା ପଠାଇବା ସହ ସୀମାରେ 24 ଘଣ୍ଟା ସଜାଗ ରହିଥିବା କହିଛନ୍ତି ସେନା କର୍ମଚାରୀ। ସୀମାରେ କାର୍ଯ୍ୟରତ କିଛି ମହିଳା ସେନା କର୍ମୀ ମଧ୍ୟ ବେଶ ସାହସିକତାର ସହ ଦେଶ ମାତୃକାର ସେବା କରି ନିଜ ବୀରତ୍ବ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.