ETV Bharat / bharat

ଭାରତୀୟ ଯବାନଙ୍କୁ ମିଳିଲା ଜାତିସଙ୍ଘର ସମ୍ମାନ - UNMISS

2019ରେ ଦକ୍ଷିଣ ସୁଦାନରେ ମିଳିତ ଜାତିସଙ୍ଘ ମିଶନ (UNMISS) ସହିତ ମହିଳା ଶାନ୍ତି ରକ୍ଷାକାରୀ ଭାବରେ କାର୍ଯ୍ୟ କରିଥିବା ଜଣେ ଭାରତୀୟ ସେନା ଅଧିକାରୀ ମେଜର ସୁମନ ଗାୱାନୀଙ୍କୁ 'ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ପୁରସ୍କାର' ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

ଭାରତୀୟ ଯବାନଙ୍କୁ ମିଳିଲା ଜାତିସଙ୍ଘର  ସମ୍ମାନ
ଭାରତୀୟ ଯବାନଙ୍କୁ ମିଳିଲା ଜାତିସଙ୍ଘର ସମ୍ମାନ
author img

By

Published : May 30, 2020, 11:45 AM IST

ନ୍ୟୁୟର୍କ: ବିଶ୍ବ ଦରବାରରେ ସମ୍ମାନିତ ହୋଇଛନ୍ତି ଜଣେ ଭାରତୀୟ ଯବାନ । ଜାତିସଙ୍ଘ ପକ୍ଷରୁ ଏହି ଯବାନଙ୍କୁ ପୁରସ୍କୃତ କରାଯାଇଛି । 2019ରେ ଦକ୍ଷିଣ ସୁଦାନରେ ମିଳିତ ଜାତିସଙ୍ଘ ମିଶନ (UNMISS) ସହିତ ମହିଳା ଶାନ୍ତି ରକ୍ଷାକାରୀ ଭାବରେ କାର୍ଯ୍ୟ କରିଥିବା ଜଣେ ଭାରତୀୟ ସେନା ଅଧିକାରୀ ମେଜର ସୁମନ ଗାୱାନୀଙ୍କୁ 'ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ପୁରସ୍କାର' ପ୍ରଦାନ କରାଯାଇଛି। ସେ ପ୍ରଥମ ଭାରତୀୟ ଶାନ୍ତି ରକ୍ଷାକାରୀ ଭାବରେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି ।

ଦକ୍ଷିଣ ସୁଦାନରେ ମିଳିତ ଜାତିସଙ୍ଘର ମିଶନ ସହିତ ସେବା କରିଥିବା 'ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର ପୁରସ୍କାର ବିଜେତା ଭାରତୀୟ ସେନାର ମେଜର ସୁମନ ଗାୱାନୀଙ୍କୁ ଜାତିସଙ୍ଘ ଅଭିନନ୍ଦନ ଜଣାଇଛି । ଶୁକ୍ରବାର ଆନ୍ତରାଷ୍ଟ୍ରୀୟ ଶାନ୍ତି ରକ୍ଷା ଦିବସ ପାଳନ ଅବସରରେ ମେଜର ଗାୱାନି ଏବଂ ବ୍ରାଜିଲର କମାଣ୍ଡର କାର୍ଲା ମଣ୍ଟେଏରୋ ଡି କାଷ୍ଟ୍ରୋ ଆରାଉଜୋଙ୍କୁ ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଦକ୍ଷିଣ ସୁଦାନରେ ସାମରିକ ପର୍ଯ୍ୟବେକ୍ଷକ ଭାବରେ ଶାନ୍ତି ଦିଗରେ କାର୍ଯ୍ୟ କରିବା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ବୋଲି ମେଜର ସୁମନ କହିଛନ୍ତି। ୟୁନିଫର୍ମରେ ନିଜ ଦେଶର ଜାତୀୟ ପତାକା ପିନ୍ଧିବା ଗର୍ବର ବିଷୟ ପ୍ରତିକ୍ରିୟା ଦେଇଛନ୍ତି ସୁମନ ।

ମେଜର ସୁମନ ନଭେମ୍ବର 2018ରୁ ଡିସେମ୍ବର 2019 ପର୍ଯ୍ୟନ୍ତ UNMISS ରେ ସାମରିକ ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରିଥିଲେ | ମିଶନରେ ଥିବାବେଳେ ସେ ଲିଙ୍ଗଗତ ଭେଦଭାବ ସମସ୍ୟା ନେଇ ସାମରିକ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଯୋଗାଯୋଗର ମୁଖ୍ୟ ସ୍ରୋତ ପାଲଟିଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ ଏହି ଅଧିକାରୀ ଲିଙ୍ଗଗତ ଭେଦଭାବରେ ସନ୍ତୁଳନ ବଜାୟ ରଖିବା ପାଇଁ ମିଳିତ ସାମରିକ ପାଟ୍ରୋଲିଂରେ ଅଂଶଗ୍ରହଣ କରିବାକୁ ସୁମନ ଉତ୍ସାହିତ କରିଥିଲେ।

ମିଶନରେ ଯୋଜନା ଏବଂ ସାମରିକ କାର୍ଯ୍ୟକଳାପରେ ଏକ ଲିଙ୍ଗଗତ ଦୃଷ୍ଟିକୋଣକୁ ଯୋଡିବା ପାଇଁ ସେ ଦକ୍ଷିଣ ସୁଦାନର ବିଭିନ୍ନ ମିଶନ୍ ଟିମ୍ ସାଇଟ୍ ପରିଦର୍ଶନ କରିଥିଲେ | ବିବୃତ୍ତିରେ କୁହାଯାଇଛି ଯେ ନାଇରୋବିରେ ହିଂସା ସମ୍ବନ୍ଧୀୟ ଯୌନ ଉତ୍ପିଡନ (CRSV) ଉପରେ ବିଶେଷ ପ୍ରଶିକ୍ଷଣ ନେବାକୁ ଏହି ଅଧିକାରୀଙ୍କୁ ମନୋନୀତ କରାଯାଇଥିଲା । ସେ ଜାତିସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଶେଷ ଭାବରେ ସାଧାରଣ ନାଗରିକଙ୍କୁ ଯୌନ ହିଂସାରୁ ରକ୍ଷା କରିବାରେ ଲିଙ୍ଗଗତ ଦୃଷ୍ଟିକୋଣ କିପରି ସହାୟକ ହୋଇପାରିବ ତାହା ଦର୍ଶାଯାଇଥିଲେ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.