ETV Bharat / bharat

ଡ୍ୟାମ ପାଣି ଦେଖି ଡେଇଁପଡିଲେ ଯୁବକ, 14ଘଣ୍ଟା ପରିଶ୍ରମ କରି ଉଦ୍ଧାର କଲା ଓଡ୍ରାଫ ଟିମ୍ - ଖୁଣ୍ଟାଘାଟ ଡ୍ୟାମ

ଦୀର୍ଘ 14 ଘଣ୍ଟା ପରେ ଛତିଶଗଡ ଖୁଣ୍ଟାଘାଟ ଡ୍ୟାମରେ ଫସି ରହିଥିବା ଯୁବକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ।

khuntaghat
ଦୀର୍ଘ 14 ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ
author img

By

Published : Aug 17, 2020, 11:07 AM IST

ରାୟପୁର: ସଫଳତାର ସହ ଉଦ୍ଧାର ହେଲେ ଫସି ରହିଥିବା ଯୁବକ । ଦୀର୍ଘ 14 ଘଣ୍ଟା ପରେ ଛତିଶଗଡ ଖୁଣ୍ଟାଘାଟ ଡ୍ୟାମରେ ଫସି ରହିଥିବା ଯୁବକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ।

ସାରା ଦେଶରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । କିଛି ରାଜ୍ୟରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ଛତିଶଗଡ ଖୁଣ୍ଟାଗାଟ ଡ୍ୟାମରେ ଜଳ ପ୍ରବାହିତ ହେଉଛି । ଜଳ ପ୍ରବାହ ଦେଖିବାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ପହଞ୍ଚୁଛନ୍ତି ।

ଦୀର୍ଘ 14 ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

ତେବେ ରବିବାର 4.30 ସମୟରେ ଜଣେ ଯୁବକ ଜଳ ପ୍ରବାହକୁ ଦେଖିଥୁବା ସମୟରେ ଡ୍ୟାମକୁ ଡେଇଁ ପଡିଥିଲେ । ଦ୍ରୁତ ପ୍ରବାହିତ ଜଳକୁ ଡେଇଁବା ପରେ ଯୁବକ ଭାସି ଯାଇ ଏକ ଗଛରେ ଅଟକି ଫସି ରହିଯାଇଥିଲେ ।

ଏହି ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ | ଏହାପରେ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଶେଷରେ ଦୀର୍ଘ 14 ଘଣ୍ଟା ପରେ ସେନା ହେଲିକପ୍ଟର ଦ୍ବାରା ଯୁବକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.