ETV Bharat / bharat

ଗୁରୁବାର ସେନାଧ୍ୟକ୍ଷଙ୍କ କାଶ୍ମୀର ଗସ୍ତ, ଅସ୍ତ୍ରବିରତି ଉଲ୍ଲଙ୍ଘନର ହେବ ସମୀକ୍ଷା

ସେନାଧ୍ୟକ୍ଷଙ୍କ ଗସ୍ତ ଏପରି ସମୟରେ ହୋଇଛି ଯେବେ କି ଭାରତ ଓ ପାକିସ୍ତାନ କୋରୋନା ଭଳି ମହାମାରୀର ମୁକାବିଲା କରୁଛନ୍ତି । ପରିସ୍ଥିତି ଖରାପ ସତ୍ତ୍ବେ ପାକିସ୍ତାନର ହରକତ ଭାରତକୁ ଚିନ୍ତାରେ ପକାଇଛି । ଅଧିକ ପଢନ୍ତୁ...

ଗୁରୁବାର ସେନାଧ୍ୟକ୍ଷଙ୍କ କାଶ୍ମୀର ଗସ୍ତ, ଅସ୍ତ୍ରବିରତି ଉଲ୍ଲଙ୍ଘନର ହେବ ସମୀକ୍ଷା
ଗୁରୁବାର ସେନାଧ୍ୟକ୍ଷଙ୍କ କାଶ୍ମୀର ଗସ୍ତ, ଅସ୍ତ୍ରବିରତି ଉଲ୍ଲଙ୍ଘନର ହେବ ସମୀକ୍ଷା
author img

By

Published : Apr 16, 2020, 12:04 AM IST

ଶ୍ରୀନଗର: ଗୁରୁବାର କାଶ୍ମୀର ଗସ୍ତରେ ଯିବେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ । ନିକଟରେ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଦେଖାଦେଇଥିବା ପରିସ୍ଥିତିର କରିବେ ସମୀକ୍ଷା । ଏନେଇ ଶ୍ରୀନଗରରେ ପ୍ରତିରକ୍ଷା ବିଭାଗର ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେନାଧ୍ୟକ୍ଷଙ୍କ ଗସ୍ତ ଏପରି ସମୟରେ ହୋଇଛି ଯେବେ କି ଭାରତ ଓ ପାକିସ୍ତାନ କୋରୋନା ଭଳି ମହାମାରୀର ମୁକାବିଲା କରୁଛନ୍ତି । ପରିସ୍ଥିତି ଖରାପ ସତ୍ତ୍ବେ ପାକିସ୍ତାନର ହରକତ ଭାରତକୁ ଚିନ୍ତାରେ ପକାଇଛି । ପାକ୍ ସମର୍ଥିତ 5 ଜଣ ଆତଙ୍କବାଦୀଙ୍କୁ ନିକଟରେ ଭାରତୀୟ ସେନା ନିପାତ କରିଥିବାବେଳେ ଲଗାତାର ସୀମାରେ ପାକ୍ ସେନା ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଗସ୍ତ ଅବସରରେ ସେନାଧ୍ୟକ୍ଷ ଏହି ସମସ୍ତ ପରିସ୍ଥିତିର ସମୀକ୍ଷା କରିପାରନ୍ତି । ଏହାସହ ଆତଙ୍କବାଦ ନିରୋଧ ଅପରେସନର କାର୍ଯ୍ୟକାରିତା ମଧ୍ୟ ସେ ତଦାରଖ କରିବେ ।

ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତରେ ଆତଙ୍କବାଦୀ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଉଥିବା ଭାରତୀୟ ସେନା ଅଭିଯୋଗ କରିଛି । ନିକଟରେ ସେନା ପକ୍ଷରୁ ପାକିସ୍ତାନ ସୀମାରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଧ୍ବଂସ କରାଯାଇଥିବା ଦାବି କରାଯାଇଛି । କୁପୱାଡାର କେରାନ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଓ ପାକ୍ ସେନାର ଗୁଳିମାଡ ବିରୋଧରେ ଏହି ଅପରେସନ ହୋଇଥିଲା ବୋଲି କର୍ଣ୍ଣେଲ କାଲିଆ କହିଛନ୍ତି । ଏଠାରେ ଏପ୍ରିଲ 5ରେ ପାକ୍ ସମର୍ଥିତ 5 ଆତଙ୍କବାଦୀଙ୍କୁ ଭାରତୀୟ ସେନା ଏନକାଉଣ୍ଟରରେ ମାରିଥିଲେ । ଏମାନେ ଏପ୍ରିଲ 1ରେ ଭାରତରେ ଅନୁପ୍ରବେଶ କରିଥିଲେ । ସେହିପରି 5 ଭାରତୀୟ ପାରା କମାଣ୍ଡର ମଧ୍ୟ ଏଥିରେ ଶହୀଦ ହୋଇଥିଲେ ।

ସେନା ତଥ୍ୟ ଅନୁସାରେ ଏବର୍ଷ ଏପର୍ଯ୍ୟନ୍ତ ପ୍ରାୟ 1200ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା । ଜାନୁୟାରୀରେ 367, ଫେବୃୟାରୀରେ 382 ଏବଂ ମାର୍ଚ୍ଚରେ 411 ଥର ଗୁଳିମାଡ କରିଛି ପାକିସ୍ତାନ । ଗତବର୍ଷ 3479 ଥର ଏଲଓସିରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.