ETV Bharat / bharat

ରାଜନାଥଙ୍କୁ ଲଦାଖ ସ୍ଥିତି ସମ୍ପର୍କରେ ଜଣାଇଲେ ସେନାମୁଖ୍ୟ - defence minister rajnath singh

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱଣେ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି ।

ରାଜନାଥ
ରାଜନାଥ
author img

By

Published : Jun 26, 2020, 3:56 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱଣେ ଶୁକ୍ରବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ସେ ଲଦାଖ କ୍ଷେତ୍ରର ସ୍ଥିତି ସମ୍ପର୍କରେ ରାଜନାଥ ସିଂହଙ୍କୁ ସୂଚନା ଦେଇଛନ୍ତି । ନିକଟରେ ଦ୍ବିଦିବସୀୟ ଲଦାଖ ଗସ୍ତରେ ଯାଇଥିଲେ ସେନା ମୁଖ୍ୟ । ସେଠାରେ ସେ ବାସ୍ତବିକ ନିୟନ୍ତ୍ରଣ ରେଖାର ଫରୱାର୍ଡ ପୋଷ୍ଟ ବୁଲି ସ୍ଥିତିର ସମୀକ୍ଷା କରିଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନରୱଣେ ରାଜନାଥ ସିଂହଙ୍କୁ ଏଲଏସିରେ ଗତ କିଛି ଦିନର ଘଟଣାକ୍ରମ, ସେଠାକାର ଗତିବିଧି ଏବଂ ସେନାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ତେବେ ଲଦାଖ ଗସ୍ତରେ ସେନାମୁଖ୍ୟ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ମଧ୍ୟ ଆକଳନ କରିଥିଲେ । ଏହା ବ୍ୟତୀତ ସେ ଏହି ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିଥିଲେ । ଏହି ସଂଘର୍ଷରେ ସାମିଲ ଥିବା ଯବାନଙ୍କୁ ସେ ସମ୍ମାନ ପତ୍ର ମଧ୍ୟ ଦେଇଥିଲେ । ଏଥିସହ ଭାରତ ତିବ୍ଦତ ସୀମା ପୋଲିସ ସହ ଏଲଏସିର ସମସ୍ତ ପଏଣ୍ଟ ଗସ୍ତ କରିବାକୁ ସୈନିକଙ୍କୁ ନିର୍ଦ୍ଦେଶ ଦେଇଥିଲେ ସେନାମୁଖ୍ୟ ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ଚୀନର 43 ସୈନିକ ମୃତାହତ ହୋଇଥିଲେ । ତେବେ ଘଟଣା ପରେ ଭାରତ-ଚୀନ ମଧ୍ୟରେ ସ୍ଥିତି ଉତ୍ତେଜନାମୂଳକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.