ETV Bharat / bharat

କୋଭିଡ-19 ମୁକାବିଲା ପାଇଁ ଷ୍ଟାର୍ଟଅପ ପ୍ରସ୍ତୁତ: ଡିଏସଟି - ସମାଧାନ ପାଇଁ ଷ୍ଟାର୍ଟପ ପ୍ରସ୍ତୁତ, ଡିଏସଟି

କୋଭିଡ-19ର ମୁକାବିଲା ପାଇଁ ଦେଶରେ ପ୍ରତିଷେଧକ, ନିରାକରଣ, ସହାୟକ ତଥା ଆରୋଗ୍ୟକାରୀ ଫ୍ରଣ୍ଟ ଭଳି 165 ଟି ଷ୍ଟାର୍ଟଅପ ସହ ପ୍ରସ୍ତୁତ ରହିଛି । (ଡିଏସଟି) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ । ଅଧିକ ସୂଚନା ପାଇଁ ପଢନ୍ତୁ...

Are startups ready with any Covid-19 solution
କୋବିଡ-19 ମୁକାବିଲା ସମାଧାନ ପାଇଁ ଷ୍ଟାର୍ଟପ ପ୍ରସ୍ତୁତ
author img

By

Published : Mar 30, 2020, 1:02 PM IST

ନୂଆଦିଲ୍ଲୀ: କୋଭିଡ -19 ମହାମାରୀରେ ଭାରତ ତୃତୀୟ ପର୍ଯ୍ୟାୟ ଦ୍ବାରଦେଶରେ ପହଞ୍ଚିଥିବା ବେଳେ ସାରା ବିଶ୍ବରେ ପ୍ରାୟ 24,000 ରୁ ଅଧିକ ଲୋକ ଏହାଦ୍ବାରା ପ୍ରାଣ ହରାଇଲେଣି । ଦେଶରେ ସୃଷ୍ଟି ହୋଇଥିବା ଜନସ୍ବାସ୍ଥ୍ୟର ସଙ୍କଟ କରୋନାଭାଇରସର ମୁକାବିଲା ପାଇଁ ପ୍ରତିଷେଧକ, ନିରାକରଣ, ସହାୟକ ତଥା ଆରୋଗ୍ୟକାରୀ ଫ୍ରଣ୍ଟ ଭଳି 165 ଟି ଷ୍ଟାର୍ଟଅପ ସହ ପ୍ରସ୍ତୁତ ରହିଛି ବୋଲି କହିଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି) । ସେମାନେ ଷ୍ଟାର୍ଟଅପର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଥିବା ସୂଚନା ଦେଇଛି ବିଭାଗ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଏହାର ସ୍ବୟଂଶାସିତ ଅନୁଷ୍ଠାନ ତଥା ଏହାର ସାଇନଟିଫିକ ସଂସ୍ଥା ଗୁଡ଼ିକର ନେଟୱାର୍କକୁ ଏକତ୍ର କରି ବିଭିନ୍ନ ପ୍ରକାର ଚିକିତ୍ସା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ନୂଆ ବିକଳ୍ପକୁ ଅନୁସନ୍ଧାନ କରୁଛି । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି) ବିଭାଗକୁ ପୁଣେ ବିଶ୍ବବିଦ୍ୟାଳୟ ସ୍କିଟେକ୍ ପାର୍କରେ ଇନ୍କ୍ୟୁବେସନ ଅନ୍ତର୍ଗତ ପୁଣେ ଭିତ୍ତିକ ଷ୍ଟାର୍ଟଅପ୍ ମଧ୍ୟ ଏହାକୁ ସମର୍ଥନ କରିଛି | ମହାରାଷ୍ଟ୍ରର ବିଭିନ୍ନ କ୍ବାରେଣ୍ଟାଇନ ଅଞ୍ଚଳରେ ଭାଇରାଲ ଭାର ହ୍ରାସ ପାଇଁ ଡାକ୍ତରଖାନାରେ ଲୁହା ଆୟୋନାଇଜର ମେସିନ ଯୋଗାଇ ଦେବା ବୋଲି କହିଛି ।

ବିଭାଗ ଦ୍ବାରା ମାର୍ଚ୍ଚ 30, 2020 ସୁଦ୍ଧା ଆମନ୍ତ୍ରିତ ହୋଇଥିବା ଏହି ଘୋଷଣା ଦ୍ବାରା କମ୍ପାନୀ ଗୁଡିକ ମଧ୍ୟରେ ବହୁତ ଆଗ୍ରହ ସୃଷ୍ଟି ହୋଇଛି | ଟିଡିବି ଅଫରିଂ ସହିତ କୋଭିଡ୍ -19 ଡାଇଗ୍ନୋଷ୍ଟିକ କିଟ, ଥର୍ମାଲ ସ୍କାନର, ଏଆଇ ଏବଂ ଏଲଓଟି based decision making support, ଭେଣ୍ଟିଲେଟରର ସ୍ପେୟାର ଉତ୍ପାଦନ, ମାସ୍କ ଇତ୍ୟାଦି ମେଡିକାଲ ଉପକରଣ ଉତ୍ପାଦନ ପାଇଁ ପ୍ରାୟ 190 ଟି କମ୍ପାନୀ ଆଗୁଆ ପଞ୍ଜୀକରଣ କରିସାରିଛନ୍ତି ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସଟି) ର ଏକ ସ୍ବୟଂଶାସିତ ପ୍ରତିଷ୍ଠାନ ତ୍ରିଭେନ୍ଦ୍ରରମର ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏସସିଟିଆଇଏମଏସଟି), କୋଭିଡ-19 ସମ୍ବନ୍ଧିତ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ 8 ଟି ଭିନ୍ନ ପ୍ରୋଟୋଟାଇପ ନିର୍ମାଣ କାମ ଆରମ୍ଭ କରିସାରିଛି |

ଡିଏସଟି ସମର୍ଥିତ ଇନକ୍ୟୁବେଟର ଅନୁଷ୍ଠାନ ତଥା ଏସସିଟିଆଇଏମଏସଟି-ଟିଆଇଏମଇଡି ର ଇନକ୍ୟୁବେସନ ଅନ୍ତର୍ଗତ ଏକ ଷ୍ଟାର୍ଟଅପ କୋଭିଡ -19 ରୋଗୀଙ୍କ ସ୍କ୍ରିନିଂ ପାଇଁ ସ୍ବଳ୍ପ ମୂଲ୍ୟର ଏଆଇ- ସକ୍ଷମ ଡିଜିଟାଲ ଏକ୍ସ-ରେ ଡିଟେକ୍ଟର ବିକାଶ କରୁଛି |

ଲ୍ୟାବ, ଏକାଡେମିକ୍ ଅନୁଷ୍ଠାନ, ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇରୁ ଟେକ୍ନୋଲୋଜିର ମ୍ୟାପିଂ ପାଇଁ ଡିଏସଟି ଏକ “କୋବିଡ-19 ଟାସ୍କ ଫୋର୍ସ” ଗଠନ କରିଛି | ଯାହାର ଉଦ୍ଦେଶ୍ୟ ହେଉଛି ସବୁଠାରୁ ଭଲ ଷ୍ଟାର୍ଟଅପ ଚିହ୍ନଟ କରିବା ଯିଏ ନୂଆ ଉପକରଣ ତିଆରି କରୁଥିବା ଷ୍ଟାର୍ଟପଙ୍କ ଦିଗରେ ଶ୍ରୀଘ୍ର କାମ କରୁଛି ସେମାନଙ୍କୁ ଆର୍ଥିକ କିମ୍ବା ଅନ୍ୟାନ୍ୟ ଆବଶ୍ୟକିୟ ସହଯୋଗ ଯୋଗାଇ ଏହିଭଳି ପ୍ରୋଜେକ୍ଟକୁ ଖୁବ ଶୀଘ୍ର ସଂଯୋଗ କରିପାରିବ ସେ ବିଷୟରେ ଧ୍ୟାନ ଦେବ ।

ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ (ଏସଇଆରବି) ଉଚ୍ଚ ପ୍ରାଥମିକତା କ୍ଷେତ୍ର (ଆଇଆରଏଚପିଏ) ସ୍କିମ୍ ଅନ୍ତର୍ଗତ ସ୍ବତନ୍ତ୍ର ଅଂଶ ଭାବରେ ପ୍ରସ୍ତାବକୁ ଆମନ୍ତ୍ରଣ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛି । ଯାହା ଜାତୀୟ ସ୍ତରରେ ବୃଦ୍ଧି ପାଇଥିବା କୋଭିଡ୍ -19 ଏବଂ ଆନୁଷଙ୍ଗିକ ଭାଇରାଲ୍ ସଂକ୍ରମଣ ରୋକିବା ପାଇଁ ଡିଜାଇନ ହୋଇଛି | ନୂତନ ଆଣ୍ଟି-ଭାଇରାଲ୍, ଟିକା, ଏବଂ ସୁଲଭ ନିରାକରଣ ପାଇଁ (ଆରଏଣ୍ଡଡି) ପ୍ରୟାସ ଜାରି ରଖିଛି ।

ମାର୍ଚ୍ଚ 31, 2020 ସୁଦ୍ଧା ଏ ବାବଦରେ ଇଛୁକ ନିଜ ମତାମତ ଦାଖଲ ପାଇଁ ସମସ୍ତଙ୍କୁ ଆହ୍ବାନ କରାଯାଇଛି । ସମଗ୍ର ଭାରତରେ ବୈଜ୍ଞାନିକମାନେ ଏନେଇ ଉତ୍ସାହଜନକ ପ୍ରତିକ୍ରିୟା ଦେଖାଇଛନ୍ତି ।

(ଡିଟିବି)ଅଧୀନରେ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ଏକ ସଂସ୍ଥା ଯାହା ଟେକ୍ନୋଲୋଜି ବିକାଶ ବୋର୍ଡ (ଟିଡିବି) କୋଭିଡ -19 ରୋଗୀଙ୍କ ପାଇଁ ସୁରକ୍ଷା ତଥା ଘରୋଇ ଶ୍ବାସକ୍ରିୟା ବ୍ୟବସ୍ଥାର ସମାଧାନ ପାଇଁ ପ୍ରସ୍ତାବ ଆହ୍ବାନ ଦେଇଛି ।

ଜାତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ବିକାଶ ବୋର୍ଡ, ଡିଏସଟି କୋଭିଡ -19 ପରି ରୋଗର ମୁକାବିଲା ପାଇଁ ଇନକ୍ୟୁବେସନ ଅଧୀନରେ ଥିବା ଉଦ୍ଭାବନକୁ ମ୍ୟାପିଂ କରିବା ପାଇଁ ସାରା ଦେଶରେ 150 ରୁ ଅଧିକ ଇନକ୍ୟୁବେସନ ସେଣ୍ଟରର ଶକ୍ତିଶାଳୀ ନେଟୱାର୍କ ସ୍ଥାପନ କରିଛି ।

ବୈଜ୍ଞାନିକ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ, ଅନୁସନ୍ଧାନକାରୀ,ବୈଜ୍ଞାନିକ, ଇନକ୍ୟୁବେଟର, ଷ୍ଟାର୍ଟଅପ୍ ଏବଂ ବ ବୈଶୟୀକ କମ୍ପାନୀଗୁଡିକ ସହିତ ଜଡିତ ସିନର୍ଜିଷ୍ଟିକ୍ ଆଭିମୁଖ୍ୟ ମାଧ୍ୟମରେ ଡିଏସଟି କୋବିଡ-19 ମହାମାରୀରୁ ସୃଷ୍ଟି ହେଉଥିବା ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।

ବ୍ୟୁରୋ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.