ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ସମୟରେ କାହାକୁ ଏପ୍ରିଲ ଫୁଲ କରିବାକୁ ପ୍ଲାନ କରୁଛନ୍ତି କି ? ତେବେ ସାବଧାନ ! ଏହି ପ୍ରାଙ୍କ୍ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ଆଉ ଆପଣଙ୍କ ହୋଇପାରେ 6 ମାସର ଜେଲ ଦଣ୍ଡାଦେଶ।
ସୂଚନା ଅନୁସାରେ, ଏଭଳି କଡା ନିଷ୍ପତ୍ତି ନେଇଛି ମହାରାଷ୍ଟ୍ର ପୋଲିସ ପ୍ରଶାସନ। କୋରୋନା ମୁକାବିଲା ସମୟରେ ଏପ୍ରିଲ ପହିଲାରେ କୋରୋନା ସମ୍ପର୍କିତ ଗୁଜବ ଓ ମିଥ୍ୟା ତଥ୍ୟ ସେୟାର କରି କୌଣସି ବ୍ୟକ୍ତିଙ୍କୁ ଏପ୍ରିଲ ଫୁଲ ବନେଇବାକୁ ଉଦ୍ୟମ କଲେ ଆପଣଙ୍କ ନୂଆ ଠିକଣା ପାଲଟିଯିବ ଜେଲର ଚାରି କାନ୍ଛ।
ତେବେ ଆଇପିସିର ଧାରା 188 ଅନୁଯାୟୀ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ବିଷୟରେ ଚେତାବନୀ ଦିଆଯାଇଛି ଯଦି ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମାରାତ୍ମକ ରୋଗ ସହ ଜଡିତ ଭୁଲ ତଥ୍ୟ ଏବଂ ଗୁଜବ ପ୍ରଚାର କରୁଛି ତେବେ ସେ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ 6 ମାସ ଜେଲ ଦଣ୍ଡ ଓ 1000 ଟଙ୍କା ଜୋରିମାନ ଆଦାୟ କରାଯିବ ବୋଲି ମହାରାଷ୍ଟ୍ର ପୋଲିସ ପ୍ରଶାସନ ସୂଚନା ଦେଇଛି।
ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ମେସେଜିଂ ଆପ୍ଲିକେସନ୍ର ପ୍ରଶାସକମାନେ ମଧ୍ୟ ଗୋଷ୍ଠୀ ସଦସ୍ୟଙ୍କୁ ଏହି ପ୍ରସଙ୍ଗରେ ସତର୍କ କରାଇବେ। ସାଧାରଣତଃ ଏପ୍ରିଲ ପହିଲା କୌଣସି ବ୍ୟକ୍ତି ଅନ୍ୟ ବ୍ୟକ୍ତି ମଜାକ୍ ଉଡାଇବା ପାଇଁ ଏପ୍ରିଲ ଫିଲ୍ ବନାଇଥାନ୍ତି।