ETV Bharat / bharat

ICU ବେଡ ଓ ଭେଣ୍ଟିଲେଟର ନେଇ ସୂଚନା ଦେବ ‘ଏୟାର-ଭେଣ୍ଟି’ ଆପ୍

author img

By

Published : Jun 18, 2020, 6:19 PM IST

ହସ୍ପିଟାଲରେ ଆଇସିୟୁ ବେଡ କିମ୍ବା ଭେଣ୍ଟିଲେଟର ଅଛି ନା ନାହିଁ ତାହା ମଧ୍ୟ ଜାଣିବା ମୁସ୍କିଲ । ତେବେ କୋଭିଡ-19କୁ ଦୃଷ୍ଟିରେ ରଖି ଏକ ଆପ୍ ଲଞ୍ଚ କରାଯାଇଛି । ICU ବେଡ୍ ଓ ଭେଣ୍ଟିଲେଟର ଥିବା ନେଇ ସୂଚନା ଦେବ ‘ଏୟାର-ଭେଣ୍ଟି’ ଆପ୍ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ICU ବେଡ୍ ଓ ଭେଣ୍ଟିଲେଟର ଥିବା ନେଇ ସୂଚନା ଦେବ ‘ଏୟାର-ଭେଣ୍ଟି’ ଆପ୍

ମୁମ୍ବାଇ: ଦିନକୁ ଦିନ ସାରା ଦେଶରେ କୋରୋନା କାୟା ବିସ୍ତାର କରୁଛି । କୋରୋନା ଯୋଗୁଁ ବର୍ତ୍ତମାନ ହଟସ୍ପଟରେ ରହିଛି ଭାରତ । ଏପଟେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କୌଣସି ହସ୍ପିଟାଲରେ ଆଇସିୟୁ ବେଡ କିମ୍ବା ଭେଣ୍ଟିଲେଟର ଅଛି ନା ନାହିଁ ତାହା ମଧ୍ୟ ଜାଣିବା ମୁସ୍କିଲ । ତେବେ କୋଭିଡ-19କୁ ଦୃଷ୍ଟିରେ ରଖି ଏକ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ଦ୍ବାରା ଆଇସିୟୁ ବେଡ କିମ୍ବା ଭେଣ୍ଟିଲେଟର ଥିବା ଲୋକଙ୍କୁ ସୂଚିତ କରିବ ।

ଏଣିକି ମୁମ୍ବାଇବାସୀ ଏହି ସୁବିଧା ପାଇବେ । ଏହା ଏକ ମୋବାଇଲ ଆପ୍ । ମୁମ୍ବାଇର ଯେକୌଣସି ହସ୍ପିଟାଲରେ ଆଇସିୟୁ ବେଡ୍ ଏବଂ ଭେଣ୍ଟିଲେଟର ଖାଲି ଥିଲେ ଏହି ଆପ୍ ଦ୍ବାରା ଜଣିପାରିବେ । ତେବେ ଏନେଇ ମାୟର କିଶୋର ପେଦନେକର କହିଛନ୍ତି, ‘ଏହି ଆପ୍‌ ‘ଏୟାର-ଭେଣ୍ଟି’ ବୁଧବାର ଲଞ୍ଚ ହୋଇଛି । ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଏହି ଆପ୍ ଅନେକ ସାହାଯ୍ୟ କରିବ । ଏପରି କୋଭିଡ-19 ପରିସ୍ଥିତିରେ ଲୋକେ ଭେଣ୍ଟିଲେଟର ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏୟାର-ଭଣ୍ଟି ଲଞ୍ଚ କରାଯାଇଛି ।’

ସୂଚନା ଥାଉକି ପୂର୍ବରୁ ଭାରତ ସରକାର କୋଭିଡ-19 ପାଇଁ ଆରୋଗ୍ୟ ସେତୁ ଆପ୍ ଲଞ୍ଚ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.