ETV Bharat / bharat

କୋରୋନା ମୁକାବିଲା: ମାର୍ଚ୍ଚ 31 ଯାଏଁ ଆନ୍ଧ୍ରପ୍ରଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ - Covid-19 latest news

କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 18, 2020, 9:02 PM IST

ଅମରାବତୀ: ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି କୋରୋନା ଭାଇରସ । ଏହି ମାରାତ୍ମକ ମହାମାରୀ ସଂକ୍ରାମକ ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଆନ୍ଧ୍ରପ୍ରଦେଶ ସରକାର ମାର୍ଚ୍ଚ 19, ଗୁରୁବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଯେ ପର୍ଯ୍ୟନ୍ତ ସରକାର ଏହି ଅନୁଷ୍ଠାନଗୁଡ଼ିକର ପୁନଃ ଖୋଲିବା ନେଇ ଘୋଷଣା ନକରଛନ୍ତି ସେତେ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

ସ୍ବାସ୍ଥ୍ୟମନ୍ତ୍ରୀ ଓ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ କ୍ୟାମ୍ପ ଅଫିସରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସିଏମ କୋରୋନାଭାଇରସ୍ ସ୍ଥିତି ସମ୍ପର୍କରେ ଆଲୋଚନା କରି ମାର୍ଚ୍ଚ 31 ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ପ୍ରାଥମିକ ନିଷ୍ପତ୍ତି ନେଇଛନ୍ତି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 151 କୁ ବୃଦ୍ଧି ପାଇଛି । ଏଥରେ 126 ଭାରତୀୟ ଓ 25 ବିଦେଶୀ ନାଗରିକ ରହିଛନ୍ତି । କୋରୋନାରେ ଦେଶରେ ତିନି ଜଣଙ୍କ ଜୀବନ ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.